STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଅମୃତ ଅଟେ ଜଳ

ଅମୃତ ଅଟେ ଜଳ

1 min
239



ଅମୃତମୟ ବିଶ୍ଵେ ଜୀବନ

ଅଛି ତ ଜଳରେ ପରା,

ଜଳ ହିଁ ଜୀବନ ଧାରଣ ବର୍ଦ୍ଧନ

ହୋଇଥାଏ ଏଠି ପରା,

ଜୀବ ପାଇଁ ଶ୍ରେଷ୍ଠ ପରା

ବିନ୍ଦୁଏ ଜଳରେ ଛୋଟ ଚାରାଟିଏ

 ବୃକ୍ଷେ ପରିଣତ ପରା।


ଜୀବନ ଆରମ୍ଭ ଜଳରୁ ଯେ ହୁଏ

ବଞ୍ଚିଥାଏ ସେ ଜଳରେ,

ଜଳ ବିନା ତିଷ୍ଠି ପାରନ୍ତି ନାହିଁ କେ

ଏକଥା ଜାଣିଛନ୍ତିରେ,

ଅମୂଲ୍ୟ ରତ୍ନ ସୃଷ୍ଟିରେ

ତିନି ଭାଗ ଜଳ ସିନା ଏ ଧରାରେ

ତଥାପି ଅଭାବ କରେ।


ଭୂତଳ ଜଳକୁ ଶୋଧନ କରିଲେ

ପାନ ଉପଯୋଗୀ ହୁଏ,

ଅଯଥାରେ ନଷ୍ଟ କରି ଏ ମଣିଷ

କଲବଲ ହେଉଥାଏ।

ସଦା ଆବଶ୍ୟକ ହୁଏ

ସବୁବେଳେ ଆବଶ୍ୟକ ଥାଏ ସିନା

ସଂରକ୍ଷଣ ଭୁଲିଯାଏ।


ଅଯଥାରେ ଜଳକଷ୍ଟ ଭୋଗିବାନି

କରିବାନି ନଷ୍ଟ ଜଳ,

ଆଗାମୀ ଭବିଷ୍ୟ ବଂଶଧର ପାଇଁ

ହେବା ନାହିଁ କେବେ କାଳ,

କରି ଜଳ ସଂରକ୍ଷଣ 

ହରସେ କହିବା ଆଜିର ଦିନରେ

ଜୀବନ ଅଟେ ଏ ଜଳ।


Rate this content
Log in

Similar oriya poem from Inspirational