ଅମର ସ୍ମୃତି
ଅମର ସ୍ମୃତି
ପ୍ରୀତିର ସ୍ମୃତି ପୀୟୂଷ ସମାନ, “ହୁଏ ନାହିଁ କେବେ ବୀଲିନ”
ଚିର ଜୀବନ୍ତ ୟେ ସ୍ମୃତିର ଚିତ୍ର, ସ୍ମୃତି ହୃଦୟର କୁସୁମ,
ଦଗ୍ଧ ପରାଣ ସ୍ନିଗ୍ଧ କରେ ସ୍ମୃତି(ସେ)ପ୍ରୀତି ପ୍ରଣୟର ଚନ୍ଦନ,
ନିତ୍ୟ ଶାଶ୍ଵତ ଚିର ପ୍ରାଣବନ୍ତ ମନ ପ୍ରାଣ କରେ ତଲ୍ଲିନ ।।
ସୂର୍ଯ୍ୟ ଉଇଁଲେ ସରୋଜ ହସଇ ସୁଧାକର କର ପରସେ
ସରସୀରେ କଇଁ ଉଠଇ ହସି ଅନନ୍ତ ପ୍ରେମର ବିଶ୍ଵାସେ
ଅମର ପ୍ରେମର ବିଶ୍ଵାସେ ଛନ୍ଦା ଆହାକି ମାଧୁର୍ଯ୍ୟେ ବିକାଶେ
ଚିରନ୍ତନ ସ୍ମୃତି ୟେ ଅନୁରାଗ ହୃଦୟେ ହୃଦୟେ ବିଳସେ ।।
ଗଗନେ ଜୀମୂତ ଦେଖି ମୟୂର ପୁଚ୍ଛ ଟେକି କିଆଁ ନାଚଇ
ଏ କେଉଁ ଅଭେଦ୍ୟ ପ୍ରେମର ସ୍ମୃତି ରଖିଛି ପ୍ରକୃତି ସଜାଇ
ବିସ୍ମୟ ୟେ ପ୍ରେମ ଚିତ୍ର ଚରିତ୍ର ୟେ ଯୁଗଯୁଗାନ୍ତର ପାଇଁ
ପ୍ରେମରେ ସ୍ମୃତିର ଅମୀୟ ଗାଥା ୟେ ବିଲୟ ହୋଇବ କାହିଁ ।।
ଭାନୁ, “ଜଳେ ପଦ୍ମ ଇନ୍ଦୁ କୁମୁଦ” “ମୁଦିର” କାନନେ ମୟୂର
ୟେ ପ୍ରତି ସ୍ଵର୍ଗୀୟ ଅମୀୟ ସ୍ମୃତି, “ୟେ ଯେ ଚିରନ୍ତନ ଆମର” ।।

