ଅମଣିଷ ତୁମେ
ଅମଣିଷ ତୁମେ
କଳା ସାମ୍ରାଜ୍ୟର ମହାରାଜା ତୁମେ
ତୁମ କାରନାମା ପାଇଁ
କେତେକେତେ ପ୍ରାଣ ଅବେଳରେ ଝଡେ
ପାରିବ ହିସାବ ଦେଇ ।
ଚାଉଳ ଡାଲିରେ ଗୋଡି ମିଶାଉଛ
ତେଲ ବି ଭେଜାଲ କର
ଧନ ତୁମପାଖେ ଭାରି ମୂଲ୍ୟବାନ
ଶସ୍ତା ଜୀବନର ମୂଲ I
ଅତି ଅମଣିଷ ନ ହୋଇଲେ କିଏ
ଶିଶୁ ଖାଦ୍ୟେ ଦିଏ ବିଷ
ତୁମର ସେ ଖାଦ୍ୟ ଖାଇ କେତେ ଶିଶୁ
ଅକାଳେ ହୁଅନ୍ତି ନାଶ I
କଳା ରାଇଜର କଳାଲୋକ ତୁମେ
ଓୌଷଧ ଭେଜାଲ କରି
କେତେ ରୋଗୀଙ୍କର ସର୍ବନାଶ କର
ଜୀବନରେ ଦିଅ ମାରି I
କେତେ ମୁଁ କହିବି ତୁମ ଗୁଣ ଗ୍ରାମ
କହିବାକୁ ଲାଗେ ଲାଜ
ତୁମର ବିଚାର ହେବ ନିଶ୍ଚେ ଦିନେ
ହୁଅ ଏବେଠାରୁ ସଜ I
