Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ଅମଳ

ଅମଳ

1 min
250


ଆସିଲା ବରଷା ରାଣୀ

ଦେଇଗଲା ସିଏ ପାଣି

ଚଷା ଭାଇ ତୁ ରେ ହଳ କରିଦେଇ

ମଞ୍ଜି ଦେଇ ଯାଆ ବୁଣି ।


ମଞ୍ଜି ବୁଣିଦେବୁ କ୍ଷେତ ତୋ ହସିବ

ତୋ ମନ ବି ପୁରି ଯିବ

ବିଚାର ନ କରି ବସିଥିବୁ ଯଦି

ଅନାବନା ଘାସ ହେବ ।


ଅନାବନା ଘାସ ହୋଇଗଲେ ଥରେ

ଉପାଡିବା କେତେ କଷ୍ଟ

ସେ କଥା ତୋ ଠାରୁ କିଏ ବେଶି ଜାଣେ

କହି ଦେ ତାର ଗୁରୁତ୍ଵ ।


ଜମି ହଳ ସଙ୍ଗେ ମନଟାକୁ ତୋର

ସଦା ହଳ କରୁଥିବୁ

ଅନାବନା ଭାବ ଉପାଡ଼ି ଦେଇ ତୁ

ଭଲ ମଞ୍ଜି ବୁଣୁଥିବୁ ।


ତୋ ମନ କ୍ଷେତରେ ସକରାତ୍ମକ ର

ବିହନ ତୁ ବୁଣୁଥିବୁ

ନ ହେଲେ ତୋ ମନେ ନାହିଁ ନାହିଁ ଭାବ

ପୁରି ଯିବ ଦେଖୁ ଦେଖୁ ।


ତୋ ମନ କ୍ଷେତରେ ସୁବିଚାର ଦେଇ

ଫସଲ ଫଳାଉ ଥିବୁ

ନକାରତ୍ମକତା ଯାଗା ପାଇବନି

ଆନନ୍ଦରେ ଝୁମୁ ଥିବୁ ।


ସକାରାତ୍ମକ ର ଫସଲ କାଟି ତୁ

ଯେବେ ଅମଳ କରିବୁ

ସେ ଅନୁଭବକୁ ଏକତ୍ରିତ କରି

ମୋତେ ଚିଠିଟିଏ ଦେବୁ ।


ତୋ ଅନୁଭବ ଯେ ସ୍ନେହ ଶ୍ରଦ୍ଧା-ପ୍ରୀତି

ଶାନ୍ତିରେ ଥିବ ମଣ୍ଡିତ

ସେ ଅମୂଲ୍ୟ ଚିଠି ଅପେକ୍ଷାରେ ଅଛି

ଜଣାଇବୁ ମୋର ମିତ ।।


Rate this content
Log in

Similar oriya poem from Inspirational