STORYMIRROR

DILIP KUMAR SAHOO

Inspirational

3  

DILIP KUMAR SAHOO

Inspirational

ସେହି ଯୋଦ୍ଧାଙ୍କୁ ପ୍ରଣାମ

ସେହି ଯୋଦ୍ଧାଙ୍କୁ ପ୍ରଣାମ

1 min
70

ସେହି ଯୋଦ୍ଧାଙ୍କୁ ଆମ ପ୍ରଣାମ

ତାଙ୍କ ଶ୍ରଦ୍ଧାକୁ ଆମ ପ୍ରଣାମ

ଘର ସ°ସାରକୁ ପାଶୋରି ଦେଇ

ଲାଗିଛନ୍ତି ଆମ ସୁରକ୍ଷା ପାଇଁ

ସେହି ବୀରଙ୍କୁ ଆମ ପ୍ରଣାମ

ସେହି ହୀରୋଙ୍କୁ ଆମ ପ୍ରଣାମ

ସେହି ଯୋଦ୍ଧାଙ୍କୁ ଆମ ପ୍ରଣାମ


ବଇରୀର ମାୟା ହେଉନି ବୁଝି

ଲୁଚକାଳି ଖେଳେ ସବୁଠି ଆଜି

ସେଥିକି ତାଙ୍କର ଖାତର ନାହିଁ

ଲଢୁଛନ୍ତି ଖରା ବରଷା ସହି

ତାଙ୍କ ଧୈର୍ଯ୍ୟକୁ ଆମ ପ୍ରଣାମ

ତାଙ୍କ କାର୍ଯ୍ୟ କୁ ଆମ ପ୍ରଣାମ


ଜୀବନକୁ ତାଙ୍କ ଲଗାଇ ବାଜି

ବିପଦ ସାଥିରେ ଯୁଝନ୍ତି ଆଜି

ମାନବିକତାର ଅପୂର୍ବ ମୂର୍ତ୍ତି          

ଦୁର୍ଗତ ଲୋକଙ୍କ ସେବାରେ ବ୍ରତୀ

ତାଙ୍କ ତ୍ୟାଗକୁ ଆମ ପ୍ରଣାମ

ସହଯୋଗକୁ ଆମ ପ୍ରଣାମ 

ସେହି ଯୋଦ୍ଧାଙ୍କୁ ଆମ ପ୍ରଣାମ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational