STORYMIRROR

baishnaba meher

Inspirational

3  

baishnaba meher

Inspirational

ମୁଁ କଳ୍ପନାବିଳାସୀ

ମୁଁ କଳ୍ପନାବିଳାସୀ

1 min
47


ମୁଁ କଳ୍ପନାବିଳାସୀ...

କଳ୍ପନାରେ ଗଢ଼ିଯାଏ...

ଉଚ୍ଚ ଉଚ୍ଚ ଅଟ୍ଟାଳିକା,

ମନର କ୍ୟାନଭାସରେ...

ଅଙ୍କିଦିଏ କେତେ କେତେ...

ରସମୟ ରୂପସୀ ଲାବଣ୍ୟବତୀ ।i।


ଅଣାୟତ ଜିନିଷକୁ...

ମାପି ଜୋଖି ଖଞ୍ଜିଦିଏ...

ମୋ ଲେଖନୀ ମୁନରେ,

ସତ କି ମିଛ ହଉ...

ଲେଖୁ ଲେଖୁ ଲେଖିଦିଏ

ନିଆରା କବିତା ଭାବି ।ii।


ଏ ମନ ମୋର...

ଖୋଜିବୁଲେ ନୁଆଁ ନୁଆଁ...

ଆଖିର ସ୍ୱଳ୍ପ ଖୁସି ପାଇଁ,

ହଉ ପଛେ ଦିଗହରା

ତଥାପି କେଜାଣି କାହିଁକି...

କଙ୍କିକୁ ଭାବିନିଏ ପ୍ରଜାପତି ।iii।


ମିଛି ମିଛି କା...

ମରିଚିକାକୁ ସତ ଭାବିନେଇ

ସ୍ୱାର୍ଥେ ଅନ୍ଧ ହୋଇ,

ଅହଂ ଭାବକୁ ଆପଣେଇ

ହିଂସ୍ର ଜନ୍ତୁ ପରି...

ଭାବିନିଏ ସବୁ ନିଜର ବୋଲି ।iv।



Rate this content
Log in

Similar oriya poem from Inspirational