STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ହେ ଶିବ ଶମ୍ଭୁ

ହେ ଶିବ ଶମ୍ଭୁ

1 min
77

  


ହୃଦୟର ବ୍ୟଥା ହୃଦୟେ ରଖି ମୁଁ 

         ତୁମ ପାଦେ ଶରଣ ନେଉଛି

ତୁମ କୃପାବାରି ଝରି ପଡୁ ପ୍ରଭୁ 

          ଏତିକି ଅଳି ଆଜି କରୁଛି ...।


ନିରିମାଖୀ ଆଖି ଭରିଛି ଲୁହରେ

          ତୁମ କରୁଣା ଟିକିଏ ପାଇଁ 

ମୋର ଇଛା ଆଜି ଶିବମୟ ହେଉ

          ତୁମ କୃପାନିଧି ଟିକେ ପାଇ ....।


ଶିବ ଶମ୍ଭୁ ନାମେ ମନ୍ଦିର କମ୍ପୁଛି

          ମନ ତୁମ୍ଭେ ଖୋଜଇ ଭକ୍ତିରେ

ମନ୍ତ୍ର ହୀନ କ୍ରିୟା ହୀନ ସନ୍ତାନ ମୁଁ 

           ରକ୍ଷାକର ତୁମ ଆଶିଷରେ.....।


ନାମତଃ ଲେଖକ ଦୁଃସହ ଜୀବନ

           ମିଛେ ଶୁଣେ ନାନା ଅପବାଦ 

ଜାଣନ୍ତା ଜାତୀୟ କବି ଯେ ଭାବନ୍ତି 

           ସାହିତ୍ୟ ତାଙ୍କ ନିଜ ସମ୍ପଦ....।


ମନ୍ଦମତି ମାନେ ଭାବନ୍ତି ଗର୍ବରେ

           ସଭିଙ୍କୁ କରିବେ ନାରଖାର

ତଥାପି ବିନତୀ ତୁମ ପାଦ ତଳେ

          ସର୍ବେ କ୍ଷମା କର ହେ ଶଙ୍କର ....।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational