ଅମାବାସ୍ୟାର ଜହ୍ନ
ଅମାବାସ୍ୟାର ଜହ୍ନ
ଦିନ ଗଡିଯାଏ ପାଣିସୁଅ ପରି
ଆଗକୁ ବରଷେ ହେବ
ତୋ ମୋ ପୀରତି ନୂଆଲାଗେ ନିତି
କରୁଛି ମୁଁ ଅନୁଭବ |
ଯେତେ ଦେଖିଲେବି ନୂଆ ନୂଆ ଦିଶୁ
ପଲକେ ଅଲଗା ରୂପ
ପରୀ ରାଇଜର କାହାଣୀ ପରିଲୋ
ଲାଗେ ତୋର ଗପସପ |
ବୟସ ନିଶାରେ ଅୟସୀ ତନୁ ମୋ
ଲାଗୁଥାଏ ଛନ ଛନ
ବେଳେବେଳେ ପୁଣି ଭାବାନ୍ତର ହୁଏ
ଏକି ଅମାବାସ୍ୟାର ଜହ୍ନ|
ଦିନ ଯାଏ ଚାଲି ରହିଯାଏ ଖାଲି
ତୋ ମୋ ଭିତିରି ଭାବ
ଅଳସ ଆଖି ତୋ ନଇଁ ପଡିଥାଏ
ଯେସନେ ମଳିନ ପ୍ରେମ |
କହି ନାହୁଁ ସିନା ମୁହଁ ଖୋଲି କେବେ
ପାରୁନାହୁଁ ଭୁଲି ମୋତେ
ଭାବୁଛୁ ବୋଲି ତୁ ମୋତେ ସେ ଦିନରୁ
ଭୁଲି ତ ପାରୁନି ତୋତେ |
ଝରି ତୋ ହୃଦୟୁ ପୀରତିର ଝର
ଅନ୍ତରେ ମୋ ବୋହିଯାଏ
ସପନ ଦେଖିତୁ ପଡିଲେ ଚମକି
ନିଦ ମୋର ଭାଙ୍ଗିଯାଏ |
ତୋ ନୀଳ ନୟନ କିଣିଲା ମୋ ମନ
ଦେଖିଲା ଦିନରୁ ତୋତେ
ମୋ ପ୍ରେମ ସାଗରେ ନୀଳକଇଁ ତୁ ଲୋ
ଭୁଲି ମୁଁ ପାରୁନି ତୋତେ |
ତୋର ନୀଳଶାଢ଼ୀ ହାତେ ନୀଳ ଚୁଡ଼ି
ନୀଳ ତୋ ବେଣୀର ଫୁଲ
ତୋ ମନ ଆକାଶେ ବାସନା ବିକାଶେ
କିନ୍ତୁ, ମନ ହୁଏ ମଲାଜହ୍ନ
ତୁ ଯେ ଅମାବାସ୍ୟା ର ଜହ୍ନ |
