STORYMIRROR

Rabindra Kumar Shasamalla

Romance Others

4  

Rabindra Kumar Shasamalla

Romance Others

ଅଳତା

ଅଳତା

1 min
401


ଅଳତା ନାଉଛି 

ଅଳସୀ କନ୍ୟା

ଅଙ୍ଗେ ଅଙ୍ଗେ ତା'ର 

ଯୌବନ ବନ୍ୟା ।।


ପାଦ ଚାରିପାଖେ 

ଅଳତା ଗାର 

ଘେରି ରହିଅଛି 

ହୋଇ ପ୍ରାଚୀର ।।


ଅଳତା ଲଗା ତା

କୋମଳ ପାଦ 

ପ୍ରେମିକ ମନରେ 

ରଚାଏ ଛନ୍ଦ ।।


ନାଲି ନାଲି ସେଇ 

ଅଳତା ରଙ୍ଗ 

ପ୍ରିୟା ପାଦ ସାଥେ 

ନିତି ତା ସଙ୍ଗ ।।


ଗାଆଁ ମଝି ଦାଣ୍ଡେ

ଯେବେ ସେ ଚାଲେ

ଆଖି ମୋର କୁହେ 

ଦେବୀଟେ ଗଲେ ।।


ଆଖି କଥା ଶୁଣି

ମୋ ହୃଦ କୁହେ 

ପ୍ରେମିକା ଠି ଦେବୀ

ପଣଟେ ରୁହେ ।।


ଆଖି ଓ ହୃଦୟ 

କଥାକୁ ଶୁଣି

ମୃଦୁ ହସ ହସେ 

ମୋ ଓଠ ପୁଣି ।।


ହାତ କହୁଥାଏ 

ଥରକୁ ଥର

ପ୍ରିୟା କୁ ସଜେଇ 

ଆଣିବ ଘର ।। 


ଲକ୍ଷ୍ମୀ ଠାକୁରାଣୀ

ପାଦ ସଦୃଶ

ମୋ ପ୍ରିୟାର ପାଦ

ଦିଶେ ସରସ ।।


ଅଳତା ର ରଙ୍ଗ 

ଚମକୁଥାଉ 

ଫୁଲେଇ ପ୍ରିୟା ମୋ 

ବିଭୋର ହେଉ ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance