STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ଅଳପ ଜୀବନ

ଅଳପ ଜୀବନ

1 min
2.5K


ଦିନ ସରିଯିବ ମାସ ସରିଯିବ

ବର୍ଷ ମଧ୍ୟ ସରିଯିବ

ଜୀବନ ସେମିତି ଆସୁ ଆସୁ ତାକୁ

ମରଣ ବି ଧରିନେବ

ସବୁ ବୁଝି ଥାଉ ଅବୁଝା ବି ହେଉ

ମାୟା କରୁଥାଇ ଖେଳ

ଚେତନା ଜାଗ୍ରତ କରିଦେଲା ଯିଏ

ମାୟା ହୁଏ ହୀନବଳ

ମିଳିତ ଶକ୍ତିରେ ଘର ସୁନା ହୁଏ

ରାଜ୍ୟ ଦେଶ ଶକ୍ତିଶାଳୀ

ଅସହଯୋଗରେ ଘର ଭାଙ୍ଗିଯାଏ

ରାଜ୍ୟ ଦେଶ ଯାଏ ଜଳି

ଅସହଯୋଗରେ ବାପ ମା କାନ୍ଦନ୍ତି

କାନ୍ଦନ୍ତି ବି ଝିଅ ପୁଅ

ଅଳପ ଜୀବନ ଭିତରେ କାହିଁକି

ଆଣିବା ଅଶାନ୍ତି ସୁଅ ???

ଚିତ୍ତରଞ୍ଜନ ଲେଙ୍କା,

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational