STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ଅଳକାନନ୍ଦା ............

ଅଳକାନନ୍ଦା ............

1 min
336


ଯୌବନ ନନ୍ଦନବନେ

ଫୁଲ ଯେତେ ଫୁଟଇ

ସ୍ୱପ୍ନର ଅଳକାନନ୍ଦା ଗଭା

ଦିଏ ମୁହିଁ ସଜାଇ l


ବସନ୍ତ ଆସଇ ଯେବେ

ଯୌବନ କୁଞ୍ଜରେ

ମହକିତ ମଳୟର ଗନ୍ଧେ

ଆଉ କୋଇଲିର ଗୀତରେ l


ଆଶାଢ ବଉଦ ଯେବେ

ଭାସଇ ଯୌବନ ନଭରେ

ମୟୁର ନାଚଇ ଯେବେ

ପୁଛ ଟେକି ଅଧୀରେ l


ଅଳକାନନ୍ଦା ମୋ କାନେ

ଥିରି ଥିରି କହଇ

ବଂଧୁ ହେ ବକ୍ଷେ ତୁମ

ଦିଅ ମୋତେ ଜଡାଇ l


ଥର ଥର ଓଠେ ଯେବେ

ଚୁମ୍ୱଇ ତା କପୋଳ

ନୀଳ ନୀଳ ଆଖିରେ ତା

ଫୁଟେ ଶ୍ୱେତ କମଳ l


ଜଡାଇ ଆବେଶେ ଯେବେ

ଭିଡେ ତାର ଅଂଚଳ

ମୁକୁଳି ପଡେ ସେ 

ଝରି ଲାଜେ ମିଶିଯାଏ ଚଂଚଳ l


ଅଳକାନନ୍ଦା ମୋ ଲାଜେ

ଦିଏ ମୁହଁ ଲୁଚାଇ

ମଧୁଗଂଧେ ମଧୁପ ମୁଁ

ତାର ପଦ୍ମମୁଖ ଚୁମ୍ୱଇ l



Rate this content
Log in

Similar oriya poem from Romance