ଅଲିଭା ରଙ୍ଗ
ଅଲିଭା ରଙ୍ଗ
ଆଲୋ ଯମୁନା !
କାହ୍ନାକୁ କର ତୁ ଏତିକି ମନା;
କା' ଦେହେ ତା' ରଙ୍ଗ ଲଗାଉନା ଜମା,
ଥରେ ଲାଗିଲେ ସେ ଛାଡେନା।।।ଘୋଷା।
ତା' ରଙ୍ଗ ଲଗାଇ ଗୋପୀ ଗୋପାଙ୍ଗନା
ଛାଡି ପରିବାର ପାଇଲେ ଲାଞ୍ଛନା,
ସହିଲେ କେତେ ତ ଗଞ୍ଜଣା ।୧।
ଆଲୋ ଯମୁନା।
ଥରେ ବୋଳିହେଲେ ତା' ରଙ୍ଗ ପୁଣିରେ
ସବୁ କିଛି ଲାଗେ ଫିକା ଏ ମହୀରେ,
ଆଉ କିଛି ଭଲ ଲାଗେନା।୨।
ଆଲୋ ଯମୁନା !।
ସବୁ ରଙ୍ଗ ଅଛି ତା' ପାଖରେ ପୂରି
ନେଇପାରେ ସେହି ଦେଇପାରେ ଭରି,
କିଛି ନୁହେଁ ତା'କୁ ଅଜଣା।୩।
ଆଲୋ ଯମୁନା।
ଅଲିଭା ଦାଗ ଯେ ତା' ତୂଳୀର ଛାପ
ଥରେ ଆଙ୍କିଦେଲେ ଛାଡିଯାଏ ପାପ,
ସଂସାର ମାୟାକୁ ଆସେ ବିତୃଷ୍ଣା।୪।
ଆଲୋ ଯମୁନା।
