STORYMIRROR

Dr Santosh Kumar Panda

Drama

3  

Dr Santosh Kumar Panda

Drama

ଅଲିଭା ରଙ୍ଗ

ଅଲିଭା ରଙ୍ଗ

1 min
137


ଆଲୋ ଯମୁନା !

 କାହ୍ନାକୁ କର ତୁ ଏତିକି ମନା;

  କା' ଦେହେ ତା' ରଙ୍ଗ ଲଗାଉନା ଜମା,

ଥରେ ଲାଗିଲେ ସେ ଛାଡେନା।।।ଘୋଷା।

ତା' ରଙ୍ଗ ଲଗାଇ ଗୋପୀ ଗୋପାଙ୍ଗନା

    ଛାଡି ପରିବାର ପାଇଲେ ଲାଞ୍ଛନା,

ସହିଲେ କେତେ ତ ଗଞ୍ଜଣା ।୧।


ଆଲୋ ଯମୁନା।

ଥରେ ବୋଳିହେଲେ ତା' ରଙ୍ଗ ପୁଣିରେ

ସବୁ କିଛି ଲାଗେ ଫିକା ଏ ମହୀରେ,

  ଆଉ କିଛି ଭଲ ଲାଗେନା।୨।


ଆଲୋ ଯମୁନା !।

ସବୁ ରଙ୍ଗ ଅଛି ତା' ପାଖରେ ପୂରି

  ନେଇପାରେ ସେହି ଦେଇପାରେ ଭରି,

  କିଛି ନୁହେଁ ତା'କୁ ଅଜଣା।୩।


ଆଲୋ ଯମୁନା।

ଅଲିଭା ଦାଗ ଯେ ତା' ତୂଳୀର ଛାପ

  ଥରେ ଆଙ୍କିଦେଲେ ଛାଡିଯାଏ ପାପ,

  ସଂସାର ମାୟାକୁ ଆସେ ବିତୃଷ୍ଣା।୪।

ଆଲୋ ଯମୁନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama