STORYMIRROR

Kabiratna Nutan Kumar Behera

Abstract Classics Inspirational

3  

Kabiratna Nutan Kumar Behera

Abstract Classics Inspirational

ଅଲୌକିକ

ଅଲୌକିକ

1 min
120


ଶାନ୍ତ ସରଳ ମଣିଷଟିଏ

ନିଜ ହାତରେ ଧରିଥିଲା ମୁଠାଏ ମାଟି

ଭାବୁ ଭାବୁ ସେ କିଛି ଆଗରେ ତାର

ଅକସ୍ମାତ୍ ଶୂନ୍ୟରୁ ଖସି ପଡି଼ଲା ସୁନାମୁଣ୍ଡାଟି

ଦେଖି ହେଲା ସେ ଆଚମ୍ଵିତ

ମୁଠାର ମାଟିକୁ ହାତରୁ ତଳେ ପକାଇ ଦେଇ

ଭାବିଲା ସୁନାମୁଣ୍ଡାଟିକୁ ନେବ ସାଉଁଟି

ହଠାତ୍ ମନକୁ ଆସିଲା କଥାଟି

ଏମିତି କଣ ହୁଏ ସମ୍ଭବ

ଏ ନୁହେଁ ତ କିଛି କୁହୁକ ବା ମରୀଚିକା

ହୁଏତ ହୋଇଥିବ ମାୟାର ଏ ରହସ୍ୟଟି

ଜ୍ଞାନର ନେତ୍ର ଖୋଲି ଦେଖିଲା ସେ

ବିନା ଉଦ୍ୟମ କି କଠିନ ପରିଶ୍ରମ ବିନା

ମିଳେ ଯାହା ସେ ଅବାସ୍ତବ ମିଥ୍ୟା

ପ୍ରବଞ୍ଚନାର ଏକ ପ୍ରହେଳିକାଟି

ଏଇ ଅଛି ଏଇ ନାହିଁ ତାର ଅବସ୍ଥିତିଟି

ଏ ଯେ ଅଲୌକିକ ଘଟଣା 

ଜ୍ଞାନର ମାର୍ଗରେ ଦିଶେ ତା' ପ୍ରତିବିମ୍ଵଟି

ହାତର ମୁଠାଏ ମାଟିକୁ ସେ ଆଗ ଅପେକ୍ଷା

ଦୃଢ଼ ଭାବରେ ଯତ୍ନ ସହିତ ଧରିଲା

ବିଚଳିତ ନହୋଇ ରଖିଲା ତା' ଉପରେ ଦୃଷ୍ଟି

ଅନୁଭବ କଲା ଅନ୍ତଃକରଣରେ

ଏ ମାଟିରୁ ତ ସବୁ ହୋଇଛି ଉତ୍ପତି

ଖାଦ୍ୟ ପାନୀୟ ବସ୍ତ୍ରଠାରୁ ଯେତେ ଧନରତ୍ନ

ସବୁ କିଛିର ତ ଏ ମାଟି ଜନ୍ମଦାତ୍ରୀ ମାଆଟି

ଏ ମୁଠାଏ ମାଟି ମୋର ସାହା ଭରସା

ପକାଇ ଦେଇ ହାତର ଏ ମୁଠାଏ ମାଟି

ଯଦି ସାଉଁଟି ନିଏ ସୁନାମୁଣ୍ଡାଟି

ସେ କଣ ମୋର ଆବଶ୍ୟକତାକୁ ପୂର୍ଣ୍ଣକରି 

ଦେଇ ପାରିବ ମୋତେ ଆତ୍ମସନ୍ତୋଷଟି

ହାତକୁ ସେ ଚାହିଁ ଦେଖିଲା ବେଳକୁ

ତା ହାତରେ ନାହିଁ ମାଟି ଅଛି ସୁନାମୁଣ୍ଡାଟି

ଆଗରେ ପଡି଼ଛି କେବଳ ମୁଠାଏ ମାଟି

ଆଶ୍ଚର୍ଯ୍ୟରେ ପଡି଼ଲା ସେ ଚମକି

ଏ କି ଅଲୌକିକ ଘଟଣା ଗଲା ଘଟି

ଶୁଣିଲା ନେପଥ୍ୟରୁ ଏକ ଶୂନ୍ୟବାଣୀ

" ତୁମ ଶୁଦ୍ଧ ପବିତ୍ର ବିଚାର ଆଉ ଆତ୍ମବିଶ୍ଵାସ

ମୁଠାଏ ମାଟିକୁ କରିଦେଲା ସୁନାମୁଣ୍ଡା

ଆଉ ସେ ସୁନାମୁଣ୍ଡାଟି ପାଲଟି ଗଲା ମାଟି

ଅସମ୍ଭବକୁ ସମ୍ଭବ କରିବା ହିଁ

ଏ ବିଶ୍ଵ ବ୍ରହ୍ମାଣ୍ଡରେ ଅଲୌକିକ

ନିର୍ଲୋଭ ବିଚାରଧାରା ଶ୍ରମର ଫଳ ସେଇଟି।

     

       






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract