STORYMIRROR

Swagatika Behera

Tragedy

3  

Swagatika Behera

Tragedy

ଅକୁହାକଥା

ଅକୁହାକଥା

1 min
173


ଶ୍ମଶାନର ଶାନ୍ତ ପରିବେଶବି ,ମୋତେ କୋଳାହଳପୂର୍ଣ୍ଣ ଲାଗୁଛି;

ମୋ' ଦଗ୍ଧ ଶରୀରଟାବି ମୋତେ,ସୁଖ ନିଦ୍ରାର ଭିକ୍ଷା ମାଗୁଛି।


ନିଜକୁ ପାଉଁଶ ଭିତରେବି,ଅସୁରକ୍ଷିତ ମନେ କରୁଛି;

କାଳେ ଆଉ କିଏ ଆସି ମୋ' ଉପରକୁ ଲମ୍ଫ ଦେବ,

ସେ କଥା ଭାବି ମୋ' ଆତ୍ମାବି ଶିହରୀ ଉଠୁଛି।


ସେଦିନ ବଳତ୍କାର ହୋଇଛି ବୋଲି ତୁମେ କହିଦେଲ;

ସମବେଦନାଭରା ଅଭିବ୍ୟକ୍ତିର ସୁଅବି ଛୁଟେଇ ଦେଲ।


ସତରେ କଣ ମୋ' ମୃତ ଶରୀରରେ,

ତୁମେ ପ୍ରାଣ ସଂଚାର କରି ପାରିଲ ?

ତୁମେ ମତେ ନେଇ ଖେଳିଲ ଅନେକ ଖେଳ,।

କେବେ ଶବ୍ଦର ତ ପୁଣି କେବେ ସ୍ୱାର୍ଥର;

ତୁମେ ରାଜରାସ୍ତାକୁ ଗଲ ,।


ଅନେକ ଦାବି ବି କଲ;

ସତରେ କଣ ତୁମେ ମୋତେ ନ୍ୟାୟ ଦେଇ ପାରିଲ ?


ଜାଣିନି ସେ' ବଳତ୍କାରୀ ମନ୍ଦିରକୁ ଗଲା ,

କି ଭଦ୍ର ପୋଷାକରେ ଲୁଚିଗଲା ।


ହେଲେ ମୋ' ମା' ବସି କେତେ ବାହୁନୁ ଥିଲା,

ତା' କଷ୍ଟ ଗୁଡ଼ାବି ମୋ' ଯାଏଁ ପହଞ୍ଚୁ ଥିଲା ।

ହେଲେ ଜାଣିନି କିଏ ତାକୁ ଶାନ୍ତ୍ବନା ଦେବାରେ,

ସମର୍ଥ ହେଲା ?


ମତେ କ'ଣ ସତରେ ନ୍ୟାୟ ମିଳିବ?

ମୋ' ହଜିଲା ଆତ୍ମସମ୍ମାନ କଣ ଆଉ ଫେରିବ ?


ମୋ' ନିର୍ଜୀବ ଆତ୍ମାରେ କିଏ ସେ ଭରିବ ଶକ୍ତି?

ମୋ ବାପା ମା' ଙ୍କୁ ଲାଞ୍ଛନାରୁ କିଏ ଦେବ ମୁକ୍ତି ?


ହେ ଈଶ୍ୱର!!

ମୁଁ ହୁଅନ୍ତି କି, ସେହି ଶେଷ କରୁଣ ନାରୀର ସ୍ୱର;

ମୋ' ଠାରେ ଅନ୍ତ ହୁଅନ୍ତା, ଏହି ନିଷ୍ଠୁର

ଅତ୍ୟାଚାର;

ନଷ୍ଟ ହୁଅନ୍ତା ସେହି ରାକ୍ଷାସ ଗୁଡାଙ୍କ ବିଶାଳ ନଗର,

ଆରମ୍ଭ ହୁଅନ୍ତା ଏକ ନୂତନ ଯୁଗର,

ଯେଉଁଠି ଉପଯୁକ୍ତ ସମ୍ମାନ ଥିବ ପ୍ରତ୍ୟେକ ନାରୀର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swagatika Behera

Similar oriya poem from Tragedy