ଅକୁହାକଥା
ଅକୁହାକଥା
ଶ୍ମଶାନର ଶାନ୍ତ ପରିବେଶବି ,ମୋତେ କୋଳାହଳପୂର୍ଣ୍ଣ ଲାଗୁଛି;
ମୋ' ଦଗ୍ଧ ଶରୀରଟାବି ମୋତେ,ସୁଖ ନିଦ୍ରାର ଭିକ୍ଷା ମାଗୁଛି।
ନିଜକୁ ପାଉଁଶ ଭିତରେବି,ଅସୁରକ୍ଷିତ ମନେ କରୁଛି;
କାଳେ ଆଉ କିଏ ଆସି ମୋ' ଉପରକୁ ଲମ୍ଫ ଦେବ,
ସେ କଥା ଭାବି ମୋ' ଆତ୍ମାବି ଶିହରୀ ଉଠୁଛି।
ସେଦିନ ବଳତ୍କାର ହୋଇଛି ବୋଲି ତୁମେ କହିଦେଲ;
ସମବେଦନାଭରା ଅଭିବ୍ୟକ୍ତିର ସୁଅବି ଛୁଟେଇ ଦେଲ।
ସତରେ କଣ ମୋ' ମୃତ ଶରୀରରେ,
ତୁମେ ପ୍ରାଣ ସଂଚାର କରି ପାରିଲ ?
ତୁମେ ମତେ ନେଇ ଖେଳିଲ ଅନେକ ଖେଳ,।
କେବେ ଶବ୍ଦର ତ ପୁଣି କେବେ ସ୍ୱାର୍ଥର;
ତୁମେ ରାଜରାସ୍ତାକୁ ଗଲ ,।
ଅନେକ ଦାବି ବି କଲ;
ସତରେ କଣ ତୁମେ ମୋତେ ନ୍ୟାୟ ଦେଇ ପାରିଲ ?
ଜାଣିନି ସେ' ବଳତ୍କାରୀ ମନ୍ଦିରକୁ
ଗଲା ,
କି ଭଦ୍ର ପୋଷାକରେ ଲୁଚିଗଲା ।
ହେଲେ ମୋ' ମା' ବସି କେତେ ବାହୁନୁ ଥିଲା,
ତା' କଷ୍ଟ ଗୁଡ଼ାବି ମୋ' ଯାଏଁ ପହଞ୍ଚୁ ଥିଲା ।
ହେଲେ ଜାଣିନି କିଏ ତାକୁ ଶାନ୍ତ୍ବନା ଦେବାରେ,
ସମର୍ଥ ହେଲା ?
ମତେ କ'ଣ ସତରେ ନ୍ୟାୟ ମିଳିବ?
ମୋ' ହଜିଲା ଆତ୍ମସମ୍ମାନ କଣ ଆଉ ଫେରିବ ?
ମୋ' ନିର୍ଜୀବ ଆତ୍ମାରେ କିଏ ସେ ଭରିବ ଶକ୍ତି?
ମୋ ବାପା ମା' ଙ୍କୁ ଲାଞ୍ଛନାରୁ କିଏ ଦେବ ମୁକ୍ତି ?
ହେ ଈଶ୍ୱର!!
ମୁଁ ହୁଅନ୍ତି କି, ସେହି ଶେଷ କରୁଣ ନାରୀର ସ୍ୱର;
ମୋ' ଠାରେ ଅନ୍ତ ହୁଅନ୍ତା, ଏହି ନିଷ୍ଠୁର
ଅତ୍ୟାଚାର;
ନଷ୍ଟ ହୁଅନ୍ତା ସେହି ରାକ୍ଷାସ ଗୁଡାଙ୍କ ବିଶାଳ ନଗର,
ଆରମ୍ଭ ହୁଅନ୍ତା ଏକ ନୂତନ ଯୁଗର,
ଯେଉଁଠି ଉପଯୁକ୍ତ ସମ୍ମାନ ଥିବ ପ୍ରତ୍ୟେକ ନାରୀର।