STORYMIRROR

Swagatika Behera

Inspirational

4  

Swagatika Behera

Inspirational

ଆହ୍ବାନ

ଆହ୍ବାନ

1 min
235


 ଆସ ନିଜ ଅଧିକାର ପାଇଁ ନିଜେ ଲଢ଼ିବା

 ନିଜ ପାଇଁ ନୂଆ ଇତିହାସ ଲେଖିବା

 ନିଜ ଶକ୍ତିକୁ ପୁଣି ନିଜେ ପରଖିବା

 ଅନ୍ୟ ମାନଙ୍କ ପ୍ରେରଣାର ଉତ୍ସ ଟିଏ ହେବା

 ତେବେ ଯାଇ ଆମେ ପ୍ରଗତିର

 ଅଂଶ ଟିଏ ହେବା।


 ଆମେ କାହିଁକି ପ୍ରତି ଭୁଲ ପାଇଁ

 ସମାଜକୁ ଦୋଷ ଦେବା

 କାହିଁକି ଚାରିକାନ୍ଥ ତଳେ ନିଜକୁ

 ଲୁଚେଇ ଏ ଭାଗ୍ୟକୁ ନିନ୍ଦୁ ଥିବା

 ଆସ ପୁଣି ନିଜ ଭାଗ୍ୟ ନିଜେ ଲେଖିବା

 ପରେ ମହିଳା ଦିବସର କିଛି ମିଛ କିଛି ସତ

 ଅଧ୍ୟାୟକୁ ସବୁଦିନ ପାଇଁ ବନ୍ଦ କରିଦେବା

 ନିଜ ପାଇଁ ଦିନ ଟିଏ ନୁହେଁ

 ଆମେ ପ୍ରତିଦିନ ପାଇଁ ନିଜକୁ ପ୍ରସ୍ତୁତ କରିବା

 ଆସ ନିଜ ପାଇଁ ଥିବା ଗୋଟିଏ ଦିନକୁ ବଦଳେଇ ଦେବା।


 ନାରୀ ପାଇଁ କିଏ କାହିଁକି ସ୍ଲୋଗାନ ଦେବ

 ନାରୀ ନିର୍ଯାତନାର ଦିନ କାହିଁକି ଆସିବ

 ଯେବେ ନାରୀ ହାତେ ନିଜର ଅସ୍ତ୍ର ଥିବ

 ନିଜ ପାଇଁ ସେ ନିଜେ ଛିଡା ହେବ

 ନିଜେ ନିଜକୁ ସୁରକ୍ଷା ଦେବ

 ତେବେ ଏଇ ଗୋଟିଏ ଦିନର କି

 ଆବଶ୍ୟକ ହେବ ।


 ଯେବେ ନାରୀ ନିଜ ପାଇଁ ନିଜେ ଲଢୁଥିବ

 ତେବେ ଏ ସମାଜ ନିଶ୍ଚୟ ତାକୁ ଆଦରିନେବ

 ପରିବର୍ତ୍ତନର ଗୁଞ୍ଜରଣ ନୂଆ ସକାଳ ଆସିବ

 ପ୍ରତି ଘରେ ପୁଣି ଲକ୍ଷ୍ମୀ ବାଈ ଜନ୍ମ ନେବ

 ପ୍ରତି ହୃଦୟରେ ଜାଗରଣ ସୃଷ୍ଟି ହେବ

 ଯେବେ ନାରୀ ନିଜ ପାଇଁ ସଜାଗ ହେବ

 ତେବେ ଏ ନାରୀ ସର୍ବ ସମକକ୍ଷ ବୋଲି

 ପୁରା ପୃଥିବୀ ଗାଇବ ପୁରା ପୃଥିବୀ ଗାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swagatika Behera

Similar oriya poem from Inspirational