Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Inspirational

5.0  

Shashanka sekhar Ray

Inspirational

ଅକ୍ଷୟଭଣ୍ଡାର

ଅକ୍ଷୟଭଣ୍ଡାର

1 min
201



ଶଶାଙ୍କ ଶେଖର ରାୟ


ପୂର୍ଣ୍ଣିମାର ଜହ୍ନପରି ମୁହଁ

ପାହାନ୍ତିଆ ତାରା ପରି ଆଖି

ହାତ ତାର ଆଶିଷରେ ପୂର୍ଣ୍ଣ

ବିଶ୍ଵାସର ତୀର୍ଥଜଳ ସେ ତ୍ ।


ମାଗେନି କାହାକୁ ଖାଲିଦିଏ

ଦେଇ ମଧ୍ୟ ପୂର୍ଣ୍ଣ ତାର ଛାତି

ଭରିଦିଏ ଅଞ୍ଜଳିକୁ

ଢାଙ୍କିଥାଏ ପଣତକୁ

ଶେଷହୀନ ଉଦାର ତା ମୂର୍ତ୍ତୀ ।

ଉଷ୍ଣତାର ଅଙ୍କେ ଭରା ଜୀବନର ସ୍ଵାଦ

କଅଁଳକୁ ଟାଣ କରେ

ଟାଣ ଦେହେ ତେଜ ଭରେ

ତେଜ ଦିପ୍ତ ଜୀବନେ ଅଗ୍ରଗତି ନାଦ ।


ସୂର୍ଯ୍ୟପରି ଶୋଷିନିଏ ଧାରଧାର ଲୁହ

ବଞ୍ଚିବାର ରାହା ସିଏ

ଅନ୍ଧକାରେ ସୁନେଲି କିରଣ

ଭୁଲିସବୁ ପୋଛିଦିଏ ସ୍ନେହ ଝାରି

ପ୍ରତୀକ ସେ ଜୀବନ ସଂଗ୍ରାମ ।


ବାରଓଷା ବ୍ରତ ତୀର୍ଥ କରି

ଦୀପ ଜାଳେ ଧୂପ ଜାଳେ

ପୂଣ୍ୟମୟୀ ସେହି ଶୁଭଙ୍କରୀ

ହାତ ଯୋଡି ଆଖିବୁଜି

କହୁଥାଏ ତୁଳସୀଚଉଁରା ଆଗେ

ତା ସନ୍ତାନ ଅଞ୍ଜଳିରେ

ସୁଖ ଦିଅ ଭରି ।


ନିଜେ ଦୀପ ନିଜେ ଧୂପ

ଜଳିଜଳି ଶେଷ ହେଉଥାଏ

ସୌରଭେ ଚିତ୍ତ ମୋହୁଥାଏ

ପ୍ରତିଘାତ ତା ଜାତକେ ମନା

ସବୁଠୁଁ ଶୋଷିତ ଜୀବନ

ସଜାଡେ ସେ ନିଜେ ଅନାବନା ।


ରତ୍ନଗର୍ଭା ପାରାବାର

ନିଃସୀମ ସେ ମହାଶୂନ୍ୟ

ହୃଦୟ ବିସ୍ତାର

କେଉଁ କ୍ଷଣେ ବୋଉ ନାମ

କିଏ ଦେଲା ତାକୁ

ଅମୃତ ସେ

ଅକ୍ଷୟ ଭଣ୍ଡାର ,,,,,,,,,,,,


ମୋ- ୭୩୭୭୧୯୭୯୯୯

ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା


Rate this content
Log in

Similar oriya poem from Inspirational