STORYMIRROR

Prabhati Mahapatra

Inspirational Children

3  

Prabhati Mahapatra

Inspirational Children

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
165


ଆଜି ଅକ୍ଷୟ ତୃତୀୟା

ଜଗତ ଆନନ୍ଦ

ବ୍ରହ୍ମାଣ୍ଡ ନାୟକ ପାଦୁ 

ଝରେ ମକରନ୍ଦ

ଆଜି .....

କୋଟି ଓଡ଼ିଆ ପ୍ରାଣର 

ଆରାଧ୍ୟ ଦେବତା

ତାଙ୍କ ସମ୍ମୁଖରେ ଜାଳେ

ଆଶାର ସଳିତା

ପଞ୍ଚ ଦେବ ସ୍ମରେ ମୁହିଁ

କାଟିବ ଆପଦ

ଆଜି ....

ବଇଶାଖ ଶୁକ୍ଳପକ୍ଷ

ତୃତୀୟା ତିଥିରେ

ଅକ୍ଷୟ ତୃତୀୟା ବୋଲି

ଜାଣନ୍ତି ସଂସାରେ

ଲକ୍ଷ୍ମୀ ଦେବୀ ପୂଜି ମୋର

ଲିଭି ଯାଉ କାନ୍ଦ 

ଆଜି ....

ସବୁଜ ଶସ୍ୟ କ୍ଷେତକୁ

କରେ ନିମନ୍ତ୍ରଣ

ମୁଠି ଖୋଲିବା ଆଗରୁ 

ରଖେ ନିବେଦନ

ଦୟା କର ଧରଣୀ ମା

ଶୁଣି କ୍ଷୁଧା ନାଦ

ଆଜି .....

ପବିତ୍ର ଦିବସ ଏହି

ଅକ୍ଷୟ ତୃତୀୟା

ସତ୍ୟ ଯୁଗ ଆରମ୍ଭକୁ

ହରି କଲେ ଦୟା 

ଚନ୍ଦନ ଯାତ୍ରା ଆରମ୍ଭ

ଭାଙ୍ଗେ ପ୍ରଭୁ ନିଦ 

ଆଜି .....

ଶୁଭ ଏହି ଦିନେ ହୁଏ 

ବିବାହ ବରତ

ସୁଦାମ ପ୍ରତି ମାଧବ 

ହୋଇ ଥିଲେ ପ୍ରୀତ

ସକଳ କର୍ମକୁ ଆଜ

ପ୍ରାପ୍ତ ଯେ ସାନନ୍ଦ

ଆଜି ଅକ୍ଷୟ ତୃତୀୟା

ଜଗତ ଆନନ୍ଦ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational