STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

ଅକ୍ଷୁର୍ଣ୍ଣ ସଂସ୍କୃତି ଆମର

ଅକ୍ଷୁର୍ଣ୍ଣ ସଂସ୍କୃତି ଆମର

1 min
173


ଜୀବନର ଡଙ୍ଗା ଆଗକୁ ନେବାକୁ


ଲୋଡ଼ା କାଳିଆ ଆଶିଷ ,


ତା ନାମକୁ ହୃଦେ ନିସ୍ଵାର୍ଥେ ଚିନ୍ତିଲେ


ଡଙ୍ଗା ବାହି ଭରି ଦେବ ସେ ହସ।


ଜନମ କାଳରୁ ମାଆ ବାପା ଆମ


ଡଙ୍ଗା ବାହି ନେଉଥାନ୍ତି,


ବିପଦେ ଆପଦେ ସବୁ ଦୁଃଖ କ୍ଲେଶ


ମଝି ଖୁଣ୍ଟଭଳି ଦୁରେଇ ଦିଅନ୍ତି।


ଡଙ୍ଗା ବାହି ନେଉଥିଲେ ସାଧବପୁଅ


ଜାଭା ସୁମାତ୍ରା ବାଣିଜ୍ୟ କରି,


ବୋଇତରେ ସୁନାରୂପା ସମ୍ପଦ


ଭରି ବୋହି ଆଣନ୍ତି ଦେଶକୁ ଧରି।


କାର୍ତ୍ତିକେ ବାଲିଯାତ୍ରା ତା ମୁକସାକ୍ଷୀ

ରାସପୂର୍ଣ୍ଣିମା ପରମ୍ପରା ,

ସଂସ୍କୃତିକୁ ମନେ ପକାଇ ଓଡ଼ିଆ

ଡଙ୍ଗାକୁ ଭସାଏ ଥୋଇ ପାନଗୁଆ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational