Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kaustubha Jal

Abstract Inspirational

4  

Kaustubha Jal

Abstract Inspirational

ଅକ୍ଷରା

ଅକ୍ଷରା

1 min
256


ଖାଦ୍ୟବସ୍ତ୍ର ବାସ ଥିଲେ ହେବ କିସ

ପୁଣି ବହୁ ଧନ ରତ୍ନ

ମାତ୍ର ପ୍ରେମ ବିନା ପ୍ରାଣ ହୁଏ ସିନା

ଜଳ ବିନା ଯେହ୍ନେ ମୀନ ।


ଅଛିଟି ଜଗତେ ମାନ୍ୟ କେତେକେତେ

ସ୍ଵାର୍ଥ ବଶେ ଆପାଣାର

ପ୍ରେମ ବଳେ ପ୍ରାଣୀ ପାରିଥାଏ ଜିଣି

ଅନ୍ୟକୁ କରି ନିଜର ।


ପ୍ରେମ ଅଟେ ସାର ଦି' ଗୋଟି ଅକ୍ଷର

ଅମୃତ ରସରେ ଠୁଳ

ଦିବ୍ୟ ଅନୁପମ ଗୁଣରେ ସମ୍ପନ୍ନ

ମାନବର ହୃଦ ସ୍ଥଳ ।


ମାନ ଗୋବିନ୍ଦର ଆତିଥ୍ୟ ସ୍ୱୀକାର

ନକରି ଶାନ୍ତିର ଦୂତ

ଅତି ପ୍ରେମ ଭରେ ବିଦୁର ର ଘରେ

ଖାଇଲେଟି ଶାଗ ଭାତ ।


ହୋଇ ଗୋପାଲୁଣୀ ସେ ଯେ ରାଧା ରାଣୀ

ପ୍ରେମରେ କରିଲା ବଶ

ଶ୍ରୀରାଧା ରମଣ ନାମେ ଭକ୍ତଗଣ

ଆନନ୍ଦେ ଗାଇଲେ ଯଶ ।


ତାର ଭାଗ୍ୟ ଧନ୍ୟ ପ୍ରେମ ତା ମହାନ

ଜାତିରେ ଅଟେ ଶବରୀ

ଅତି ପ୍ରେମ ବଳେ ଅଇଁଠାର ଫଳେ

ତୋଷିଲା ରାମ ଶ୍ରୀହରି ।


ଚାହେଁ ନାହିଁ ପ୍ରେମ ମତ ପନ୍ଥ ଧର୍ମ

ବଂଶଜାତି ଆଭିଜାତ୍ୟ

ପ୍ରେମ ମୂଳେ ସ୍ଥିତ ସମଗ୍ର ଜଗତ

ପ୍ରେମହିଁ ଶାଶ୍ଵତ ସତ୍ୟ ।


ମୋହ ମାୟା ତେଜି ସ୍ଵାର୍ଥକୁ ବରଜି

ଶାଶ୍ଵତ ପ୍ରେମ ଆଚର

ବିଶ୍ଵ ମଧୁ ମୟ ହୋଇବ ନିଶ୍ଚୟ

ନ ଥିବ ଆପଣା ପର ।



Rate this content
Log in

Similar oriya poem from Abstract