STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଅଜଣା ବ୍ୟକ୍ତିଙ୍କ ସହିତ ଦିନେ

ଅଜଣା ବ୍ୟକ୍ତିଙ୍କ ସହିତ ଦିନେ

1 min
82

ଜୀବନ ଯାତ୍ରାରେ କିଏ କେବେ ମିଶେ କିଏ କେବେ ଯାଏ ଛାଡି

କିଏ ତୁନି ରହି ସମ୍ପର୍କ ନିଭାଏ କିଏ ଛାଡି ଥାଏ ରଡି

ଏହି ଯାତ୍ରା ପଥେ ଦିନେ ଦିନେ ଥରେ ମିଳନ୍ତି ଏପରି ଜନ

ସତରେ ଯେପରି ଅଜଣା ନୁହେଁ ସେ ଅଟେ ନିଜ ପରିଜନ


ଘଡିଏ ଦେଖାରେ ଟିକିଏ କଥାରେ ଯୋଡନ୍ତି ସମ୍ପର୍କ ଏତେ

ଏସାରା ଜୀବନ ସେଇ ସମ୍ପର୍କରେ ଛୋଟ ପଡିଯାଏ ସତେ

ଗୋଟିଏ ଦିନରେ ସକାଳୁ ସଂଜରେ ଲାଗେ ଏତେ ଆପଣାର

ସତେ ଯେମିତିକା ଆଜି ମିଶିନାହୁଁ ସମ୍ପର୍କ ଯୁଗ ଯୁଗର


ମିଠା ମିଠା କଥା ଭଲ ବ୍ୟବହାର ଆପଣାଇବାର କଳା

ସମ୍ପର୍କରେ ଦିଏ ଏମିତିକା ଯୋଡ ସତେ ଫେବିକଲ୍ ବୋଳା

ସତରେ ସତରେ ଭାରି ଭଲ ଲାଗେ ଅମାୟିକ ହୃହୟଟି

ସେପରି ଲୋକର ସଙ୍ଗତେ ଆସିଲେ ମନ ଯାଏ ଫିଟି ଫିଟି


ଗୋଟିଏ ଦିନର ଅଜଣା ମଣିଷ ହୋଇ ଯାଏ ଆପଣାର

ସମ୍ପର୍କ ଏପରି ଯୋଡି ହୋଇଯାଏ ରହେ ସେ ଯୁଗ ଯୁଗର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract