ଅଜଣା ବ୍ୟକ୍ତିଙ୍କ ସହିତ ଦିନେ
ଅଜଣା ବ୍ୟକ୍ତିଙ୍କ ସହିତ ଦିନେ
ଜୀବନ ଯାତ୍ରାରେ କିଏ କେବେ ମିଶେ କିଏ କେବେ ଯାଏ ଛାଡି
କିଏ ତୁନି ରହି ସମ୍ପର୍କ ନିଭାଏ କିଏ ଛାଡି ଥାଏ ରଡି
ଏହି ଯାତ୍ରା ପଥେ ଦିନେ ଦିନେ ଥରେ ମିଳନ୍ତି ଏପରି ଜନ
ସତରେ ଯେପରି ଅଜଣା ନୁହେଁ ସେ ଅଟେ ନିଜ ପରିଜନ
ଘଡିଏ ଦେଖାରେ ଟିକିଏ କଥାରେ ଯୋଡନ୍ତି ସମ୍ପର୍କ ଏତେ
ଏସାରା ଜୀବନ ସେଇ ସମ୍ପର୍କରେ ଛୋଟ ପଡିଯାଏ ସତେ
ଗୋଟିଏ ଦିନରେ ସକାଳୁ ସଂଜରେ ଲାଗେ ଏତେ ଆପଣାର
ସତେ ଯେମିତିକା ଆଜି ମିଶିନାହୁଁ ସମ୍ପର୍କ ଯୁଗ ଯୁଗର
ମିଠା ମିଠା କଥା ଭଲ ବ୍ୟବହାର ଆପଣାଇବାର କଳା
ସମ୍ପର୍କରେ ଦିଏ ଏମିତିକା ଯୋଡ ସତେ ଫେବିକଲ୍ ବୋଳା
ସତରେ ସତରେ ଭାରି ଭଲ ଲାଗେ ଅମାୟିକ ହୃହୟଟି
ସେପରି ଲୋକର ସଙ୍ଗତେ ଆସିଲେ ମନ ଯାଏ ଫିଟି ଫିଟି
ଗୋଟିଏ ଦିନର ଅଜଣା ମଣିଷ ହୋଇ ଯାଏ ଆପଣାର
ସମ୍ପର୍କ ଏପରି ଯୋଡି ହୋଇଯାଏ ରହେ ସେ ଯୁଗ ଯୁଗର
