STORYMIRROR

DILIP KUMAR SAHOO

Children

4  

DILIP KUMAR SAHOO

Children

ଅଜାଙ୍କୁ ସୁଆଦ ପରିବା ସିଝା

ଅଜାଙ୍କୁ ସୁଆଦ ପରିବା ସିଝା

1 min
212


  ଅଜା ଖାଆନ୍ତିନି ମସଲା ତେଲ

  ରାଗ ଲୁଣ ତାଙ୍କୁ ଲାଗେନି ଭଲ

  ସିଝା ପରିବାରେ ସରାଗ ବେଶି

  ଅତି ହରସରେ ଖାଆନ୍ତି ବସି

  ଟାକରା ଫୁଟାଇ କୁହନ୍ତି ଅଜା

  ପରିବା ର ଗୁଣ ଅମୂଲ ମୂଲ

  ତେଲ ଲୁଣ ନୁହେଁ ଦେହକୁ ଭଲ...।


   ଖାଏ ଯିଏ ତେଲ ମସଲା ବେଶି

   ତା ଦେହକୁ ରୋଗ ଯାଏରେ ଗ୍ରାସି

   ବେଶି ତେଲ ଲୁଣ ମସଲା ରାଗ

   ଖାଇ କିଆଁ କୁହ କିଣିବା ରୋଗ

   ପାଟିକୁ ସୁଆଦ ମସଲା ତେଲ

   ଦେହ ପାଇଁ ଜମା ନୁହେଁରେ ଭଲ ...।


   ଦେଖ ନିତି ଖାଇ ପରିବା ସିଝା

   ଅଜା ଦିଶୁଛନ୍ତି କେମିତି ତାଜା

   ସେଥିପାଇଁ ଆସ କରିବା ପଣ

   ଖାଇବାନି ବେଶି ତେଲକି ଲୁଣ

   ତେଲ ଲୁଣ ଠାରେ ମନ ଉଣା କଲେ

   ଦେହ ମନ ସଦା ରହିବ ଭଲ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children