STORYMIRROR

Manorama Mohanty

Abstract

3  

Manorama Mohanty

Abstract

ଐରୀ ନୁହେଁ ସେତ ନାରୀ

ଐରୀ ନୁହେଁ ସେତ ନାରୀ

1 min
399

 ଯା ପଣତ ତଳେ ସେନେହ ମମତା

         ଫଲ୍ଗୁ ପଡୁଥାଏ ଝରି

ଜନନୀ ,ଜାୟା ଓ ଭଗିନୀ ରୂପରେ

          ଏ ମରତେ ଅବତରୀ


   ଐରୀ ନୁହେଁ ବୋଲି ନାରୀ

ସାକ୍ଷାତ ଇଶ୍ୱରୀ ମଞ୍ଚେ ଅବତରି

      ଆପଣାକୁ ଭାଗ କରି


ପରଶ ଯାହାର ମଧୁ ଠାରୁ ମିଠା

        ସରଗ ସୁଷମା ଭଳି

ମାଟି ଘରକୁ ତ ବୈକୁଣ୍ଠ କରଇ

         ଅମୃତ ପଡ଼ଇ ଝରି


   ଐରୀ ନୁହେଁ ସେତ ନାରୀ

ନିଜ ସୁଖ ଦେଇ ସଂସାର ଦୁଃଖକୁ

        ପିଇ ନୀଳକଣ୍ଠ ପରି


ମାଟି ଚଉରା ରେ ଦୀପ ପରି ସତେ

         ନିତି ଯାଉଥାଏ ଜଳି

ନିଜ ପାଇଁ କେବେ ଖୋଜେନି ଆଦର

         ଆଖି ଲୁହ ଯାଏ ଝରି


  ଐରୀ ନୁହେଁ ସେତ ନାରୀ 

ସକାଳରୁ ସଞ୍ଜ ସଞ୍ଜ ଠୁଁ ସକାଳ

        ସୁରଭି ଦିଏ ବିତରି


କେବେ ଖୋଜେ ନାହିଁ ସମ୍ମାନ ଟିକିଏ

         କାହା ଠାରୁ ଆଶା କରି

ମାଆ କୋଳ ଠାରୁ ଆକାଶର ସୀମା

         ଲଘିଂ ଥାଏ ପକ୍ଷୀ ଭଳି

   ଐରୀ ନୁହେଁ ସେତ ନାରୀ

ସକଳ ସୃଷ୍ଟିକୁ ଜନ୍ମ ଦେଇପାରେ

        ଗର୍ଭ କଷ୍ଟ ସହ୍ୟ କରି


‌ସୃଷ୍ଟି କରିବା ଯାହାର ଧର୍ମ ସେ

       ବଳାତ୍କାରେ ତାକୁ ହରି

ଯାହାଠୁ ଜନ୍ମ ପାପାତ୍ମା କେମିତି

        ଲୁଟନ୍ତି ତାହାର ଶିରୀ

 ଐରୀ ନୁହେଁ ସେତ ନାରୀ

ଦଶଭୁଜା ଦୁର୍ଗା ରୂପେ ଅବତରି

       ରକ୍ତରେ ଖେଳିବ ହୋରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract