STORYMIRROR

Sisir Panda

Inspirational

3  

Sisir Panda

Inspirational

ଅହଂ

ଅହଂ

1 min
6.3K


ଅହଙ୍କାର ଅଟଇ ଏମିତି ବିଷ

ବୁଦ୍ଧି ବିବେକ ଜ୍ଞାନକୁ କରେ ଲୋପ

ଧାରଣକାରୀର କରେ ସର୍ବନାଶ

ଅହଂକାରୀ ବୁଝେନା ପୂଣ୍ୟ ଓ ପାପ।

ସଦା ଚାହୁଁଥାଏ ସେ ଆତ୍ମବଡିମା

ଆନକୁ ନଦିଏ ସେ ମାନସମ୍ମାନ

'ମୁଁ'ରେ କରେ ସେ ତାର ଧ୍ୟାନ କେନ୍ଦ୍ରିତ

ସତେ ଅବା ସେ ତ ବଡ଼ ବଳବାନ।

ପ୍ରକୃତରେ ଯେ ଜନ ଅଟେ ମହତ

ତାଠାରେ ନଥାଏ ତ ଅହଂର ଲେଶ

ନମ୍ର ହୁଏ ସେ ଫଳନ୍ତି ବୃକ୍ଷ ସମ

କାହାକୁ ଦିଏନା ସେ କଦାପି କ୍ଳେଶ।

ଅହଂ ପାଇଁ ଆଜି ଅନେକ ସମସ୍ୟା

ସର୍ବତ୍ର ଦର୍ଶନ ଅହଂର ରାଜୁତି

ଅହଂରୁ ହଟି ବ୍ରହ୍ମରେ ଦିଅ ଧ୍ୟାନ

ଅହଂ ବିହୁନେ ଆତ୍ମଜ୍ଞାନର ବୃଦ୍ଧି।।


ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational