Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract Classics

4  

DILIP KUMAR SAHOO

Abstract Classics

ଅହିଂସା ର ମନ୍ତ୍ର, ଗାଏ ପୂର୍ଣ୍ଣଶଶି

ଅହିଂସା ର ମନ୍ତ୍ର, ଗାଏ ପୂର୍ଣ୍ଣଶଶି

1 min
243



 ଜରା ବ୍ୟାଧି ମୃତ୍ୟୁ ସ°ସାର ଜଞ୍ଜାଳ

 ମାୟା ମୋହ ଇର୍ଷା ସମାଜକୁ କାଳ ।

 କର କର୍ମ, ଫଳେ ରଖ ନାହିଁ ଆଶା

 ଦୁଃଖର କାରଣ ବାଦ ଆଉ ହିଂସା ।

 ଦୁନିଆକୁ ଦେଲେ ଯିଏ ଏହି ବାଣୀ

 ବିଶ୍ବରେ ରଚିଲେ ଅମର କାହାଣୀ ।

କପିଳବାସ୍ତୁ ର ଯୁବରାଜ ସେହି

 ଯୋଗୀ ହେଲେ ରାଜସୁଖ ତେଜିଦେଇ ।

 ଅହିଂସାର ବାଣୀ କରିଲେ ପ୍ରଚାର

 ତ୍ଯାଗ କରି ମୋହ ମାୟାର ସ°ସାର ।

 ବୈଶାଖ ପୂର୍ଣ୍ଣିମା ତାଙ୍କ ଜନ୍ମ ତିଥି

 ବୈଶାଖ ପୂର୍ଣ୍ଣିମା ତାଙ୍କ ଗତି ମୁକ୍ତି ।

 ସେଦିନ ଗୌତମ, ବୁଦ୍ଧ ହୋଇଗଲେ

ସେ ତିଥୀରେ ପୁଣି, ଦେହତ୍ୟାଗ କଲେ ।

'ବୈଶାଖ ପୂର୍ଣ୍ଣିମା' ପବିତ୍ର ସେ ନିଶି

ଅହିଂସାର ମନ୍ତ୍ର ଗାଏ ପୂର୍ଣ୍ଣ ଶଶୀ ।

ସେ ଶୁଭ ଦିନରେ ନେବାରେ ଶପଥ

ସତ୍ୟ ଅହିଂସାକୁ କରିବାକୁ ବ୍ରତ ।

 


 


Rate this content
Log in

Similar oriya poem from Abstract