Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଅଗଷ୍ଟ ପନ୍ଦରର ତ୍ରିରଙ୍ଗା

ଅଗଷ୍ଟ ପନ୍ଦରର ତ୍ରିରଙ୍ଗା

1 min
129



ଅଗଷ୍ଟ ପନ୍ଦରରେ ଉଡ଼ିବ ତ୍ରିରଙ୍ଗା

ଚତୁର୍ଦିଗେ ହୋଇ ଫରଫର


ସ୍ୱାଧୀନତାକୁ ମନେ ପକାଇ ଦେଶରେ

ଉଛୁଳାଇବ ନିଜର ସ୍ବର ।


ରଙ୍ଗ ବେରଙ୍ଗରେ ନାଚିବେ ଦଳ ଦଳ

ପ୍ରଧାନମନ୍ତ୍ରୀ ଦେବେ ପୁରସ୍କାର


ଅଗଷ୍ଟ ପନ୍ଦର ପାରେଇଲେ ଏ ଦେଶେ

ତ୍ରିରଙ୍ଗା ରହେ ଯେ ବାକ୍ସ ଭିତର ।


ଭାରି ମଜା ଲାଗେ ଦେଖିବା ପାଇଁକି

ମନେ ନପଡ଼ନ୍ତି ସହିଦ ବୀର


ତାଙ୍କ ପ୍ରତି ଛବିରେ -ରଙ୍ଗ ମରା ଚାଲେ

ଆସିଗଲେ ରେ ଅଗଷ୍ଟ ପନ୍ଦର ।


ସତ୍ୟ, ଶାନ୍ତି,କ୍ଷମା ପ୍ରତୀକ ପତାକା

ଦେଶ ସାରା କରିବେ ନମସ୍କାର


ଦିନେ ପାରେଇଲେ, ଯଦି ଖୋଜା ପଡେ

ସହଜରେ ହୁଏନି ଆବିଷ୍କାର ।


ସ୍ୱାଧୀନତାର କଥା ଭାଷଣରେ ଚାଲେ

ପରାଧୀନ କିନ୍ତୁ ଦେଶ ଭିତର


ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ସିଏ

ଦେଇ ଚାଲେ ସବୁରେ କର ।


ମୈତ୍ରୀ ପ୍ରୀତିର ଭାବ ଖେଳିବ ଏଦିନ

ପର ଦିନକୁ କିଛି ନ ଥାଏ ମନର


ଆଶା ଭରସାର ସ୍ତମ୍ଭ ତ୍ରିରଙ୍ଗା କୁରେ

ଆଜି ଆମେ କରିବା କେତେ ନମସ୍କାର ।


ପରାଧୀନ ହୋଇ ଗାଇ ପାରିବାକି ଭଲ

କଥାକୁ ମୁହଁରେ ସ୍ୱାଧୀନତାର


ଦେଖା ସ୍ୱାଧୀନତା ଆମେ ପାଳୁଛେ ଦେଶରେ

ମିଛେ କରନ୍ତି ଜୟ ଜୟ କାର ।


ସେ କିନ୍ତୁ ସତ୍ୟ ଦେଖେ ନ୍ୟାୟ ଅନ୍ୟାୟର

କେତେ କଥା ଧରିଛି ହୃଦର


ତ୍ରିରଙ୍ଗା କହୁଛି କାହାଣୀ, ଦେଶ ଭିତରେ

ଶତ ପ୍ରଣାମ ହେ ଘେନ ଆମ୍ଭର ।

 


Rate this content
Log in

Similar oriya poem from Inspirational