STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଅଗଣାର ସଜଫୁଲ ପରିବାର

ଅଗଣାର ସଜଫୁଲ ପରିବାର

1 min
261

ଛୋଟ କିନ୍ତୁ ବିଶାଳ ସେ ପରିବାର 

ଅନେକ ଭାଇଭଉଣୀ ଅଛନ୍ତି ସେଠାର 

ପ୍ରତ୍ୟକ ଏକ ସଜଫୁଲ ସୃଜନୀ ମନ୍ଦିର 

ନଥାଏ ରାଗ ରୋଷ ହିଂସା ତିଳେ ଵି କାହାର 

ସମ୍ମାନ ଓ ଭଲପାଇବା ସଂଯୋଗୀ ବେଭାର 

ଅଗଣା ବାସେ ପ୍ରତିଦିନ ଚନ୍ଦନ ସିନ୍ଦୁର ସତ୍ୱର 

ମାଆ ସରସ୍ବତୀ ଲଷ୍ମୀଙ୍କର ମିଳନେ ପରିବାର 

କେତେ ଭାବ ସ୍ନେହ ପ୍ରେମ ସମ୍ବନ୍ଧ ନିରନ୍ତର 

ମାନପତ୍ର ସମ୍ବର୍ଦ୍ଧନା ସ୍ମୃତି ହୋଇ ଖୋଜେ ଫୁଲହାର 

 ପଥିକ ଆସନ୍ତି ନଥାଏ ବିଭ୍ରାନ୍ତି ଧରି ସୃଷ୍ଟି ସମ୍ଭାର 

ଫୋଟୋ ଗୀତ କବିତା ଗଳ୍ପ ଭିତରେ ଚିତ୍ରହାର 

ମହାମହ ବାସେ ଅଗଣା ଘର ଦ୍ୱାର ପରିବାର 

ଜଣେ ଅନ୍ୟଙ୍କୁ ଜଣାଏ ସଦିଚ୍ଛା ଶୁଭେଚ୍ଛା ବେଭାର 

ନୂଆବରଷରେ ନୂଆ ଶୁଭକଳସ ସାତ ରଙ୍ଗର 

ସଜାଇ ରଖିବା ବାସିବ ସୁଗନ୍ଧେ ସଜଫୁଲ ପରିବାର 

ନିତି ନିତି କେତେ ଚିତ୍ରଗୀତି ପରି ବଢ଼ଇ ଆସର 

ଜଣେ ଅନ୍ୟ ର ସୃଷ୍ଟି କୁ ଦିଏ ସମ୍ମାନ ସରାଗ ଆଦର 

ତୁ ମୁଁ ସେ ର ନଥାଏ ଅବିଗୁଣ ଅବା ଏଠି ବାଛ ବିଚାର 

ସୁନାଝରା ଲାଗେ ଦିନ ପୂଣ୍ୟଶ୍ଳୋକ ରାତ୍ରିର ଅନ୍ଧାର 

ଅବସର ବିନୋଦନ ପୁଣି ବଢେ କର୍ମ ପରିସର 

ସତରେ ମହୁଲ ଫୁଲ ମହକେ ଅଗଣା ସଜଫୁଲ ପରିବାର 

ଥରେ ବୁଲି ଆସିଲେ କେହି ବନ୍ଧା ପଡେ ସଭ୍ୟ ସୌଦାଗର 

ବେପାର ବାଣିଜ୍ୟ ବହନ ବଢାଏ ସାରସ୍ୱତଭିତ୍ତିକ ପରିବାର 

ସଜଫୁଲ ଫୁଟୁଥାଏ ଅଗଣାରେ ମୁଗ୍ଧ ମନ ହୃଦୟ ଅପାର 

ହେ ଇଶ୍ୱର ଦିଅ ଆର୍ଶୀବାଦ ବଢୁ ଯଶ କୀର୍ତ୍ତି ଏ ପରିବାରର  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract