Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract

4.7  

Pranati Panda

Abstract

ଅଦୃଶ୍ୟ ତପସ୍ୟା ବଳେ

ଅଦୃଶ୍ୟ ତପସ୍ୟା ବଳେ

1 min
274



ଯାହାକୁ ଭାବଇ ନିଜର ଏ ମନ

   ସେ ବୁଝେନା ମନ ଭାଷା,

କାହାକୁ ଖୋଜୁଛି କହିବାକୁ କିଛି

    କରିଅଛି ମନେ ଆଶା ।

ହୃଦ ତଳ କଥା ଅକୁହା ବେଦନା

    ଜିଭ ତଳେ ଢୋକିଅଛି,

ମୋ ଭାଗ୍ୟ ରେଖାରେ ଆଉ କିଛି ରେଖା

     ଛନ୍ଦି ହୋଇ ରହିଅଛି ।

ସଞ୍ଜ ନଇଁଲାଣି କାହାକୁ ଖୋଜୁଛି

    ଗୋଧୂଳି ଦାଣ୍ଡ ଧୂଳିରେ ,

ନିସଙ୍ଗ ବେଳାରେ ପ୍ରତି ମୁହୂର୍ତ୍ତରେ

    ଏ ସଂସାର ଖେଳଘରେ ।

ଦିନ ପରେ ରାତି  ରାତି ପରେ ଦିନ

    ନିତି ଖୋଜେ ହୃଦୟରେ ,

କେଉଁଠୁ ଆରମ୍ଭ କେଉଁଠି ଯେ ଶେଷ

     ଅନ୍ତହିନ ଭାବନାରେ ।

ଧୂଳି ଧୂସରିତ କ୍ଲାନ୍ତ ପଥଧାରେ

     କେଉଁ ଦୂର ଇଲାକାରେ ,

ତୁମକୁ ଖୋଜିବା ତୁମକୁ ପାଇବା

      ଇଚ୍ଛା ଅଛି ଜୀବନରେ ।

ଅସରନ୍ତି ଏଇ ଅନୁଢ଼ା ଇଚ୍ଛାର

     ଶୂନ୍ୟ ପଣତର ତଳେ ,

ପାଇଲେ ତୁମକୁ ଏ କାନି ପଣତ

     ଭିଜିବ ଲୋତକ ଜଳେ ।

ସତେ କଣ ପ୍ରଭୁ ଦେଖାଦେବ ତୁମେ

     ଅଦୃଶ୍ୟ ତପସ୍ୟା ବଳେ ,

ଅନ୍ତିମ ଖୋଜା ମୋ ଶେଷ ହୋଇଯିବ

     ଲୀନ ହେବି ପାଦ ତଳେ ।

       


Rate this content
Log in

Similar oriya poem from Abstract