STORYMIRROR

Sujata Pati

Tragedy Classics

3  

Sujata Pati

Tragedy Classics

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
121


ଅଦିନିଆ ବର୍ଷା ଅକସ୍ମାତ ଆସେ

  ପ୍ରସ୍ତୁତ ନ ଥାନ୍ତି କେହି

ବର୍ଷି ଚାଲିଥାଏ ବିରାମ ନ ଥାଏ

  କାହା ହାତରେ ଛତା ନାହିଁ।


ବରଷା ସହିତ ବିଜୁଳି ଚମକେ

  ଘଡଘଡି ଶବ୍ଦ ଡରାଏ

ଯିଏ ଯେଉଁ ସ୍ଥାନ ପାଇଯାଇ ଥାଏ

 ସେହିଠାରେ ମୁଣ୍ଡ ଗୁଞ୍ଜାଏ ।


ଏହି ବର୍ଷା ପରି ବିପଦ ତ ଆସେ

  କେହି ନ ପାଆନ୍ତି ଆଭାସ

ଯାହାର ଆସେ ତ ଏପରି ଅବସ୍ଥା

  ହରାଇ ଦିଏ ସେ ବିଶ୍ବାସ ।


ଦୁର୍ଘଟଣା ଯଦି ଆକସ୍ମିକ ହୁଏ

  ଆସିଯାଏ ଦୁଃଖ ଖବର

ଅଦିନ ବରଷା ଆସେ ତା ସଂସାରେ

  ଉଜୁଡି ଯାଏ ତା ଘର।


କେବେ କେବେ ମିଳେ ଅଶ୍ରାବ୍ଯର ଭାଷା

  ଇତର ଲୋକଙ୍କ ଠାରୁ

କହିହୁଏ ନାହିଁ ସହି ହୁଏ ନାହିଁ

  ମୁକ୍ତି ମିଳେ ନାହିଁ ଚିନ୍ତାରୁ ।


ଡକାୟତି ହୁଏ ରାତି ଅଧେ ଯଦି

  ଅଦିନ ବରଷା ପରି ରେ

ସକାଳେ ମାଲିକ ଦେଖେ କିଛି ନାହିଁ

  ଆକୁଳ ରୋଦନ କରେ ରେ ।


ପେନ୍ ସନ୍ ଭୋଗି ପେନ୍ ସନ୍ ଧରି

   ଫେରୁଥାଏ ନିଜ ଘରକୁ

ଅଦିନ ବରଷା ପରି ଚୋର ଆସି

  ଲୁଟିନିଏ ତା'ର ଟଂକା କୁ।


କେମିତି ଚଳିବ ପରିବାର ତା'ର

 ଦୁଃଖରେ ହୁଏ ସେ ଅଧୀର

କେମିତି ଚଳିବ ଆଜି ତା ସଂସାର

  ଚାରିଆଡ ଦିଶେ ଅନ୍ଧାର ।


ଆକସ୍ମିକ ଦୁଃଖ ଏହିପରି ଆସେ

  ଅଦିନ ବରଷା ପରି

କେବେ ଦିଏ ନାହିଁ ସୁଖ ସେ କାହାକୁ

  ଜନ୍ମଜାତ ଶତ୍ରୁ ପରି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy