STORYMIRROR

Mamatamanjari Das

Tragedy

3  

Mamatamanjari Das

Tragedy

ଅଦିନ

ଅଦିନ

1 min
259


ସେଦିନ ମୁଁ ଭିଜିଥିଲି

ଖୁସିର ସେ ଅଦିନିଆ

ପହିଲି ବର୍ଷା ରେ

ଯେବେ ତୁ' ମୋ କୋଳେ

କୁଆଁ ରାବ ଦେଲୁ

ଆଜି ମୁଁ ଭିଜୁଛି ଲୁହର ବର୍ଷାରେ

ଯେବେଠୁ....

ତୁ' ମୋଠାରୁ ଦୂରେଇ ଗଲୁ ।

ତୋ' ପ୍ରେମ ପରଶ ଆଣି ଦେଇଥିଲା

ଅଦିନ ବସନ୍ତ ମନେ

ମଳୟ ମହକେ ନାଚି ଉଠିଥିଲି

ମହୁଲି ଛୁଆଁର ତାନେ

ସେହି ପାଦ ଆଜି ଥକି ପଡୁଅଛି

ତୋ' କଥା ପଡିଲେ ମନେ ।

କେତେ ଦଶହରା

କେତେଯେ ପାର୍ବଣ

ବିତାଇଛେ ଆମେ ସାଥେ

ଆଜିର ପାର୍ବଣ ଲାଗେ ଫିକା ଫିକା

ତୋତେ' ନପାଇ ମୋ ପାଖେ ।

କେତେ କାଠି କୁଟା ସଞ୍ଚୟ କରି ମୁଁ

ଗଢିଥିଲି ଯେଉଁ.....

ସ୍ନେହ ମମତା ର ନୀଡ

ଅଦିନିଆ ବର୍ଷା ଧୋଇନେଲା ତାକୁ

ତତେ' ମୋଠାରୁ କରିଲା ଦୂର ।

ଏମିତି ଅଦିନ ନଆସୁ କେବେ

ଆଉ କାହା ଜୀବନରେ

ବିଷମୟ ଲାଗେ ପ୍ରତିଟି ମୁହୁର୍ତ୍ତ

ମରି ମରି ବଞ୍ଚିବାରେ ।



Rate this content
Log in

Similar oriya poem from Tragedy