STORYMIRROR

KSHIRADRI SAHU

Inspirational Others Children

4  

KSHIRADRI SAHU

Inspirational Others Children

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
442

ଗଭୀର ନିଦରେ ଦେଖେ ମୁଁ ସପନ

ନୂତନ ଆଶାର କିରଣ

ଆନନ୍ଦିତ ଏ ମନ ଚଞ୍ଚଳିତ ଯୌବନ

କିଣିନିଏ ସତେ ମୃଦୁ ପବନ ।


ଜୀବନପଥରେ ଜୀବନ ଯାତ୍ରାରେ

ବିଜୟର ବାନା ଉଡେଇବି

ଲକ୍ଷ୍ୟ ରଖି ମୁହିଁ ଉନ୍ନତି ଦିଗରେ

ଆଶାର ଆଲୋକ ସାଜିବି ।


ଅଧୁରା ଏ ସ୍ବପ୍ନ ହେବ କି ପୂରଣ

ଭାବିଥାଏ ନିତି ନିତି

ସ୍ବପ୍ନ ରାଇଜେ ଘୁରିବୁଲି ଥାଏ

ଦିନଯାଏ ବିତିବିତି ।


ସ୍ୱପ୍ନ ବି ଦେଖୁଛି ଦିନ ବି ବିତୁଛି

ହଉନି କିଛି ପରିବର୍ତ୍ତନ 

ଅପେକ୍ଷାରେ ଅଛି ଅପେକ୍ଷା ରେ ଥିବି

ପୁରା କରିବାକୁ ମୋ ସ୍ବପ୍ନ ।


Rate this content
Log in

Similar oriya poem from Inspirational