Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Classics Inspirational Others

4  

Henarani Senapati

Classics Inspirational Others

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
415


ସ୍ୱପ୍ନ କୁମାର ହେ ସ୍ୱପ୍ନରେ ଆସିକି

ସ୍ୱପ୍ନ ମିସା ଖୁସି ଦିଅ

ସ୍ୱପ୍ନରେ ସମ୍ପୁର୍ଣ୍ଣ ନିଜସ୍ବ ହେଉଛ

ବାସ୍ତବେ ଉଭେଇ ଯାଅ ।

କେଉଁ ଦେଶ ରାଜା ସ୍ୱପ୍ନରେ ଆସୁଛ

ବାସ୍ତବ ହୁଏନା ସ୍ୱପ୍ନ

ପକ୍ଷୀ ରାଜ ଘୋଡା ଚଢିଆସ ତୁମେ

କ୍ଷଣକେ ଧର ମୋ ହାତ ।

ଅନୁଭବ ଦିଅ ହୃଦୟରୁ ତୁମ

ହୃଦୟକୁ ଖୋଲି ଦିଅ

ଯତ୍ନରେ ହୃଦୟ ଢାଳି ମୋ ହୃଦୟେ

ମୋ ହୃଦୟେ ସ୍ଥାନ ପାଅ ।

ବିନା ବରଷାରେ ଭିଜେ ମୋ ଶରୀର

ନିଆଁ ବିନା ଦେହ ତାତେ

ଲଜ୍ଜାରେ ଆଚ୍ଛାଦ ଶରୀର ଟି ମୋର

ବେଲଜ୍ୟା ଆବୃତ୍ତି ସତେ ।

କି ପ୍ରକାର ପ୍ରେମ କି ପ୍ରଣୟ ପ୍ରିୟ

ମୋ ଦେହେ ବରଷି ଯାଅ

ଅସରନ୍ତି ତୁମ ସ୍ପର୍ଶ ବାର୍ତ୍ତାଳାପ

ଗୋପନ ପିରତି ଦିଅ ।

ଚତୁର୍ଥ ପ୍ରହର ପୂର୍ବରୁ ପ୍ରିୟ ହେ

ସ୍ଥାନ ପରିତ୍ୟାଗ କର

ଯନ୍ତ୍ରଣା ଘୋଟଇ ତୁମ ବିଚ୍ଛେଦର

ବଞ୍ଚି ଥାଉ ଥାଉ ମାର ।

ଶୀତଳ ପଡିଲା ପ୍ରଣୟ ଶରୀରୁ

ଖୋଲି ଯାଏ ଚକ୍ଷୁ ବନ୍ୟା

ମରିଚିକା ପରି ତୁମ ଆପଣାର

ମୁଁ କି ଅମାବାସ୍ୟା କନ୍ୟା ।

ସ୍ୱପ୍ନ ମୋର କେବେ ସତ୍ୟ ନହୁଅଇ

ସକାଳେ ତୁମେ ନଥାଅ

ସ୍ୱପ୍ନ ମୋର ସ୍ୱପ୍ନ ହେଇ ରହିଯାଏ

ଅସଂଖ୍ୟ ବେଦନା ଦିଅ ।



Rate this content
Log in

Similar oriya poem from Classics