STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ଅଧିକାର

ଅଧିକାର

1 min
354

ସଫଳତା କେବେ ଆପେ ଆସେ ନାହିଁ

ସଂଘର୍ଷରେ ଅଣାଯାଏ ,

ଜନ୍ମଗତ କିଛି ଅଧିକାର ଅଛି

ସଂଗ୍ରାମରେ ପ୍ରାପ୍ତି ହୁଏ ।


ଅଧିକାର ସ୍ୱୟଂ ନୈତିକ,ନ୍ୟାୟିକ

ବ୍ୟକ୍ତିର ପଦମର୍ଯ୍ୟାଦା ,

ଅଧିକାର ଯଦି ଦଳି ଦିଆଯାଏ

କ୍ଷୋଭ ଆସେ ଲଭି ବାଧା ।


ବେଳେବେଳେ ଏଇ ସ୍ୱାର୍ଥର ମଣିଷ

ନ୍ୟାୟପୂର୍ଣ୍ଣ ଅଧିକାର ,

ଦଳାଚକଟାର ସାମଗ୍ରୀ ଭାବରେ

କରିଥାଏ ହତାଦର ।


କେବେ କେବେ ପୁଣି ସେ ଅଧିକାରର

ଅନ୍ୟାଯ୍ୟ ପ୍ରୟୋଗ କରି ,

ଅନ୍ୟ ଅଧିକାର ସଙ୍କୁଚିତ କରେ

ହୋଇ ତୃଷ୍ଣାର ପୂଜାରୀ ।


ଅଧିକାର ଆଉ କର୍ତ୍ତବ୍ୟ ଅବଶ୍ୟ

ଉଭୟେ ପରିପୂରକ ,

ଅଧିକାର ଭାବି ଅନଧିକାରର

ହୁଅନା ପୃଷ୍ଠପୋଷକ ।


ଉତ୍ତମ ବ୍ୟକ୍ତିକୁ ଅଧିକାର କେବେ

ମାଗିବାକୁ ପଡେନାହିଁ ,

ନମ୍ରତାପଣରେ ନଇଁ ନଇଁ ଆସେ

ସୁଧୀର, ପ୍ରଶାନ୍ତ ହୋଇ ।


ସାମ୍ପ୍ରତିକ ଆମ ରାଜନୈତିକତା

ଧର୍ମଘଟ ରୂପ ଦେଇ ,

କଦର୍ଯ୍ୟ ଅର୍ଥରେ ସଜେଇ ଚାଲିଛି

ଅନଧିକାରକୁ ନେଇ ।


ନ୍ୟସ୍ତସ୍ଵାର୍ଥୀମାନେ ଦର୍ପେ ଅହଙ୍କାରେ

ସାଜିଥାନ୍ତି ଦାବିଦାର ,

ଦାବି, ଅଧିକାର ମଧ୍ୟରେ କରନ୍ତି

କର୍ତ୍ତବ୍ୟକୁ ପରିହାର ।


ଅଧିକାର ସହ ନିଜସ୍ୱ କର୍ତ୍ତବ୍ୟ

ଉଭୟେ ପରିପୂରକ ,

ଅଧିକାର ଆଶା କରିବା ପୂର୍ବରୁ

ହୁଅ କର୍ତ୍ତବ୍ୟପାଳକ ।


Rate this content
Log in

Similar oriya poem from Inspirational