STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଦ୍ଭୁତ ଲୀଳା

ଅଦ୍ଭୁତ ଲୀଳା

1 min
251


ଅଦଭୂତ ଲୀଳା ରହସ୍ୟରେ ଭରା

    ରହସ୍ୟ ବିଗ୍ରହ ତାର.

ରହସ୍ୟ ଭିତରେ ବଡ଼ ରହସ୍ୟ ସେ

    ରହସ୍ୟର ଗନ୍ତାଘର. , l0l


ଖସିଲା ପଥର ବଡଦେଳରୁ ତା

    ନ ପାଇଲେ କେହି ଅନ୍ତ.

ସଦା ଉଡ଼ୁଥାଇ ଉତ୍ତର ଦିଗରେ

     ତାର ନୀଳଚକ୍ର ନେତ.

ଅଧା ଗଢ଼ା ଦେହେ ଜଗତକୁ ବୋହେ.

     ଯୁଗ ସ୍ରଷ୍ଟା ଯୁଗେଶ୍ୱର. l1l


ଅରୁଣ ସ୍ତମ୍ବର ଛାଇ ନ ପଡଇ

     ବଡ଼ ଦାଣ୍ଡ ପରେ ଥାଇ.

ଆନନ୍ଦ ବଜାରେ ପଡିବା ଅବଢ଼ା

      ସକାଳକୁ ଗୋଟେ ନାହିଁ.

ସାତ ବାହିହାଣ୍ଡି ଏକା ଥରେ ହୁଏ

     ଅଦ୍ଭୁତ ମହିମା ତାର. l 2l



Rate this content
Log in

Similar oriya poem from Inspirational