STORYMIRROR

Raja Sekhar CH V

Abstract

3  

Raja Sekhar CH V

Abstract

ଅଦ୍ଭୁତ ଏହି ଜୀବନ

ଅଦ୍ଭୁତ ଏହି ଜୀବନ

1 min
11.4K

ଅଦ୍ଭୁତ ଯେ ଏହି ଜୀବନର କ୍ଷଣ କ୍ଷଣ,

ଅତୀତ ହୋଇଯିବ ଯେ କୌଣସି କ୍ଷଣ,

ଆହୁରି ଦିଶିବେ ଆଶା ନିରାଶାର ରଣ,

ବଞ୍ଚିଲେ କରି ହେବ ନବତନ ମେଳଣ


ପ୍ରତି ଦଶାରେ ଅବଗତ ହୁଏ କେତେ କୋଣ,

ପ୍ରତି ଅବସ୍ଥାରେ ଜ୍ଞାତ ହୁଏ ନୂଆ ଦୃଷ୍ଟିକୋଣ,

ପ୍ରତି ମୁହୂର୍ତ୍ତ ଉପରେ ନାହିଁ କାହାର ନିୟନ୍ତ୍ରଣ,

ଅଜଣା ଯେ କେବେ ଆସିବ ମରଣର ନିମନ୍ତ୍ରଣ


ସମସ୍ତ ପ୍ରାଣୀ କରନ୍ତି ନିଜ ଜୀବନର ସଂରକ୍ଷଣ,

ଅନ୍ତଃକରଣର ସଦା କରିବାର ଅଛି ପରିଷ୍କରଣ,

ସୁଚିନ୍ତା ସତ୍‌କାର୍ଯ୍ୟ ଯେ ପ୍ରତି ମଣିଷର ଆଭୂଷଣ, 

କଳେବରରେ ପ୍ରାଣ ସ୍ୱୟଂ ଯେ ପ୍ରାକୃତିକ ଝୁଲଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract