STORYMIRROR

Gangotri Priyadarshini

Abstract Inspirational

3  

Gangotri Priyadarshini

Abstract Inspirational

ଅବ୍ୟକ୍ତ ଅନୁଭବ ୯ମ ଭାଗ

ଅବ୍ୟକ୍ତ ଅନୁଭବ ୯ମ ଭାଗ

1 min
239

ଜୀବନ ନଈ ତୁଠ ପାହାଚ କୁ ଡେଇଁ

ଉପରକୁ ଗଲେ ଚାଲି

ପାଦ ପାହୁଡ଼ରୁ ପାଣି ଶୁଖି ଯାଇ

ଝରି ପଡେ ସରୁ ବାଲି ।।


ଦମ୍ଭ ଅହମିକା ମନରୁ ଛାଡ଼ିଲେ

ଲଜ୍ଜା ଓଢ଼ଣା ଟି ଦିଶେ

ସେ ଓଢ଼ଣା ଲଭେ କେତେ ଯେ ଆଶିଷ

ଜହ୍ନ ପରି ମୁହଁ ହସେ ।।


ଗୃହେ ଅପେକ୍ଷାରେ ସେ ମୁହଁକୁ ପୁଣି

ଗୃହ କର୍ତ୍ତା ଦେଖି ଦେଲେ

ପଲକ ପଡେନା ବେନି ନୟନରେ

ମନ ପ୍ରୀତି ପୁଲକରେ ଭଲେ ।।


ସେ ଗୃହେ ପରା ନାରୀ ଯତନରେ

ଆନନ୍ଦ ମଳୟ ନିଇତି ବହେ

ସୁଖ ସୈାହାର୍ଦ୍ୟ ର ନବ ସୂର୍ଯୋଦୟେ

ସୁନେଲି ମୁରୁଜ ହୃଦୟ ଛୁଏଁ ।।



రచనకు రేటింగ్ ఇవ్వండి
లాగిన్

Similar oriya poem from Abstract