ଅବ୍ୟକ୍ତ ଅନୁଭବ ୯ମ ଭାଗ
ଅବ୍ୟକ୍ତ ଅନୁଭବ ୯ମ ଭାଗ
ଜୀବନ ନଈ ତୁଠ ପାହାଚ କୁ ଡେଇଁ
ଉପରକୁ ଗଲେ ଚାଲି
ପାଦ ପାହୁଡ଼ରୁ ପାଣି ଶୁଖି ଯାଇ
ଝରି ପଡେ ସରୁ ବାଲି ।।
ଦମ୍ଭ ଅହମିକା ମନରୁ ଛାଡ଼ିଲେ
ଲଜ୍ଜା ଓଢ଼ଣା ଟି ଦିଶେ
ସେ ଓଢ଼ଣା ଲଭେ କେତେ ଯେ ଆଶିଷ
ଜହ୍ନ ପରି ମୁହଁ ହସେ ।।
ଗୃହେ ଅପେକ୍ଷାରେ ସେ ମୁହଁକୁ ପୁଣି
ଗୃହ କର୍ତ୍ତା ଦେଖି ଦେଲେ
ପଲକ ପଡେନା ବେନି ନୟନରେ
ମନ ପ୍ରୀତି ପୁଲକରେ ଭଲେ ।।
ସେ ଗୃହେ ପରା ନାରୀ ଯତନରେ
ଆନନ୍ଦ ମଳୟ ନିଇତି ବହେ
ସୁଖ ସୈାହାର୍ଦ୍ୟ ର ନବ ସୂର୍ଯୋଦୟେ
ସୁନେଲି ମୁରୁଜ ହୃଦୟ ଛୁଏଁ ।।
