STORYMIRROR

Hitendra Mohanta

Romance

2  

Hitendra Mohanta

Romance

ଅବୁଝା ପ୍ରିୟା

ଅବୁଝା ପ୍ରିୟା

1 min
144

ଢାଳ ଢାଳ ପ୍ରେମ ଢାଳ

ମନ ସାଜେ ଫୁଲଝର

ଝରୁ ଝରେ ସାତସୁର

ତୋଳେ ବୀଣାର ଝଙ୍କାର ॥

ଅବୁଝା ଗୋ ପ୍ରିୟା ମୋର

ମାନି ଯାଇ ପ୍ରେମ ଢାଳ

ପ୍ରଣୟିନିୀ ଚନ୍ଦ୍ରମାର ।।

ଡେରି କାହିଁ ପ୍ରେମ ଢାଳ

ହୃଦୟ ବି ତୃଷ୍ଣାତୁର

କୃଷ୍ଣଚୂଡା ବୟସର

ଚାହେଁ ପ୍ରୀତି ରୂପସୀର ॥

ଅମାନିଆଁ ପ୍ରିୟ‍ା ମୋର

ନା ନାହିଁର ପ୍ରେମ ଢାଳ

ଅଭିସାରୀ ଜୋଛନାର ।।


Rate this content
Log in

Similar oriya poem from Romance