STORYMIRROR

Arjun Das

Romance Tragedy

2  

Arjun Das

Romance Tragedy

ଅବୁଝା ମନର ଭାଷା

ଅବୁଝା ମନର ଭାଷା

1 min
165

ଆଖି ରେ ଦେଲ ତୁମେ ଆଖି ଏ ସପନ

             କେମିତି ଶୋଇବି ମୁହିଁ

ଆଖି ମୋ ଝୁରୁଛି ମନ ମୋ ଖୋଜୁଛି

            ତତେ ଲୋ ଦେଖିବା ପାଇଁ  ||

ଜୀବନ ର ପଥ କୁସୁମିତ ଲାଗେ

           ତୁମେ ପାଖେ ଥିଲେ ନିତି

ତୁମ ବିନା ପ୍ରିୟା କେମିତି ବଂଚିବି

          ଆଲୋ ମୋ ଧନ ସମ୍ପତ୍ତି   ||

ତୁମ ବିନା ମୋର ଅନ୍ୟ ଗତି ନାହିଁ

         ତୁମେ ମୋ ଜୀବନ ଧନ 

ତୁମ ଅପେକ୍ଷା ରେ ବସି ରହି ଅଛି

        କେତେ ରାତି କେତେ ଦିନ ||

କେମିତି ବୁଝିବ ଅବୁଝା ଏ ମନ 

          ବୁଝିବାକୁ ନାହିଁ କେହି

ବୁଝିବା ଲୋକ ତ ପାଖୁ ଚାଲିଗଲା

        କିପରି ପାରିବି ସହି  ||



Rate this content
Log in

Similar oriya poem from Romance