STORYMIRROR

Nrusingha Narayan Tripathy

Classics Inspirational

4  

Nrusingha Narayan Tripathy

Classics Inspirational

ଅବୁଝା ମନ

ଅବୁଝା ମନ

1 min
224


ମନର ଭାବନା ହୁଏ ବାଟବଣା

   ଘଡିକେ ଘଡି ବଦଳେ

ନୁହେଁ ପ୍ରଶମିତ ସଦା ଆକସ୍ମିକ

    ଅସ୍ଥିର ଯେ ସବୁବେଳେ ll


ଠିକି କରି ଶିଖେ ସାମୟିକ ଭାବେ

    ଚଞ୍ଚଳ ତାହାର ଗତି

ସ୍ଥାନ କାଳ ପାତ୍ର ପରିବେଶେ ସେତ

    ଦେଖାଏ ତାହାର ମତି ll


ଇନ୍ଦ୍ରିୟ ବାସନା  ମନର କାମନା

    ଅବୁଝାରେ ଚିରକାଳ

ଜିତେନ୍ଦ୍ରିୟ ଜାଣେ  ମନର ଚାବି ଯେ

    ଆୟତ୍ତର ପଶାଖେଳ ll


ମନର ଆବେଗ ନୁହେଁ କରାଗତ

    ପାଇଲେ ବଢ଼େଇ ନିଶା

ସନ୍ତୋଷ ଆନନ୍ଦ ପାଇବା ନିମନ୍ତେ

    ମନ ଖୋଜୁଥାଏ ବସା ll


ବୁଝେନା ଏ ମନ ବୁଝେନା କାରଣ

    ଅତୃପ୍ତ ତାହାର ବୀଜ

ପ୍ରଭୁ ପାଦେ ତାକୁ ବାନ୍ଧି ରଖିବାକୁ

    ବିବେକରେ ତାକୁ ହେଜ ll


ଅବୁଝା ଅବୁଝା ଶେଷ ଜୀବନଟା

     ଅବୁଝାରେ ରହିଯିବ

ପାଇବା ଲାଳସା ଭାଙ୍ଗିଲେ ତା' ଆଶା

     ପୂର୍ଣ୍ଣତା ଯେ ଆସିଯିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics