ଅବତାର
ଅବତାର
ସୃଷ୍ଟି ରଚନା ହେଲା
ଜୀବ ଜନ୍ତୁ କୀଟ ପତଙ୍ଗ ସରୀସୃପ
ଗଛ ଲତା, ବିଭିନ୍ନ ରକମର
ଶସ୍ୟ ଉତ୍ପାଦନକାରୀ ଗଛ ଓ ଗୁଳ୍ମ
ପାଣି ଭିତରେ ବି ଜୀବ ଜନ୍ତୁ
ହେଲେ ସୃଷ୍ଟି କର୍ତ୍ତା କ୍ଳାନ୍ତ ନ ଥିଲେ
ଶେଷ ସ୍ପର୍ଶ ରେ ମଣିଷ,ସୁନ୍ଦର ହେଲା ସୃଷ୍ଟି
ମଣିଷ କୁ ସ୍ଵତନ୍ତ୍ର ମାନ୍ୟତା
କଥା କହିବାର ଶକ୍ତି, କଥା ବୁଝିବାର ସୁତ୍ର
ଭଲ କଣ,ମନ୍ଦ କଣ - - ମଣିଷ କୁ ଜଣା
ବିଚାର କରିବାକୁ ବି ଶକ୍ତି ଅଛି
ଯାହା ହେଉ,ସୃଷ୍ଟି କର୍ତ୍ତା ଙ୍କ ଆଶୀର୍ବାଦ ସହିତ
ମଣିଷ ବଢିଲା ଆଗକୁ ଆଗକୁ
ଭଲ କୁ ସାଇତି ରଖି, ଜ୍ଞାନ ଥିବା ମଣିଷ
ମନ୍ଦ କୁ ସଂଗ୍ରହ କରିବାକୁ ଅଣ୍ଟା ଭିଡିଲା
କୁକର୍ମ ର ସୀମା ଅତିକ୍ରମ
ପଶୁ ପକ୍ଷୀ ବି ତ୍ରାହି ତ୍ରାହି ଡାକିଲେ
ଧର୍ମ, ନ୍ୟାୟ ଭୁଲି ମନ ମୁତାବକ କାମ
ଭୁଲି ଗଲା,ସୃଷ୍ଟିର ନିୟମ
ଉପାୟ,ଉପାୟ କଣ
ସହଜ ଉପାୟ,ଅବତାର
ମର୍ତ୍ତ୍ୟ ରୁ ମନ୍ଦ ହଟେଇବା ଅଭିଯାନ
ବିଭିନ୍ନ ରୂପରେ, ଅବତରଣ
ଶାନ୍ତି ସହ ନୂତନ ବାତାବରଣ ପାଇଁ
ନିହାତି ଭୟଙ୍କର ମଣିଷ କୁ ଲୋପ କରାଗଲା
ମଣିଷ ସମାଜ ଶିକ୍ଷା ବି ପାଇଲା
ମନ୍ଦ ର ଶେଷ ଠିକଣା... ବିନାଶ
ଥର କୁ ଥର , ଦଶ ଥର
ଅବତାର ପରେ ଅବତାର
ମନ୍ଦ ବଢ଼ିଗଲେ ଅବତାର
କିଛି ଦିନ ର ବିରତି ପରେ ପୁଣି ମନ୍ଦ କାରବାର
ପୁଣି ଅବତାର,ପୁଣି ମନ୍ଦ ସଂହାର
କିଛଦିନ ପରେ ପୁଣି ମନ୍ଦ
ଏ ସୁନ୍ଦର ସୃଷ୍ଟି ର ସୁରକ୍ଷା ଓ ଶାନ୍ତି ପାଇଁ
ଅବତାର ହିଁ ଠିକ୍ ଥିଲା
ଅବତାର ଆଢ଼ୁଆଳେ
ସୁଯୋଗ ମିଳିଲା ମନ୍ଦ ବୁଦ୍ଧିଆ ଙ୍କୁ
ମଠ ମନ୍ଦିରରେ ,ଖୋଲା ପଡ଼ିଆରେ
ଭଜନ ,କୀର୍ତ୍ତନ ସହିତ ପ୍ରବଚନ
ଅତି ରଞ୍ଜିତ କଥା,ଉପମା ଅଳଙ୍କାର ସହ
ନିଜକୁ ନିଜେ ଆତ୍ମଘୋଷିତ, ଅବତାରୀତ
ସହଜରେ ପ୍ରଚାର ,ପ୍ରସାର
ଲମ୍ବା ଲାଇନ୍ ମନ୍ଦ ରୁ ମୁକ୍ତି ମିଳୁ
ଆଉ ଅବତାର ନାହିଁ
ମଣିଷ ଗବେଷଣା ଜାରି ରଖିଛି
ଅବତାର ଓ ଅବତାର ର କାରଣ
ସାରାଂଶ ଓ ସଂକ୍ଷେପ ରେ
ସେମାନେ ନିଜେ ନିଜେ ଅବତାର
ଆଉ ,ପ୍ରଭୁ କାହିଁକି ଅବତାର ହେବେ
ସବୁ ଜ୍ଞାନ ଏବେ ଗୁଗୁଲ୍ ପାଖରେ
ଅବତାର ହେବାକୁ ହେଲେ,କଣ ଦରକାର
ଗୁଗୁଲ୍ ବହୁତ୍ ସାଇଟ୍ ଦେଖାଇବ
ମନ୍ଦ ହେଲେ ବି ଚଳିବ,ଆମକୁ ଅବତାର ଲୋଡା
ଆମ ପୁରାଣ ପୋଥିରେ ଦଶ ଅବତାର
ସେଇୟା ବି ଗୁଗୁଲ୍ କହୁଛି
ତା ସହିତ ଆହୁରି କେତେ ଅବତାର
ମର୍ତ୍ତ୍ୟର କୋଣ ଅନୁକୋଣେ
ପ୍ରଚାର,ପ୍ରସାର ହେଇନି
କିନ୍ତୁ ଅବତାର ବହୁତ, ମନ୍ଦ ହଟାଇବା ପାଇଁ
ଆଉ ଅବତାର ନୂଆ ରୂପରେ
ଆସିବ କି ନାହିଁ, ଗୁଗୁଲ୍ ଚୁପ୍
କିନ୍ତୁ ଭଣ୍ଡ ଅବତାର ପୁରୁଷ ଙ୍କ ଲମ୍ବା ତାଲିକା
ଧ୍ଵଂସ ର ଚରମ ସୀମାରେ
ମଣିଷ ପାଇଁ,ଆଉ ଅବତାର କଣ ହେବ??
ମଣିଷ ହିଁ ନିଜେ ଅବତାର,ଗର୍ବ ଓ ଅହଁକାର
ବୁଝୁ ନାହିଁ, କିଏ ଅବତାରିତ କରେଇଲା ??
ବିଜ୍ଞାନ ର ଦ୍ଵାହି ଦେଇ
ଅବତାର କଥା ଓ ଅବତାର ମାନଙ୍କୁ
ପୁରୁଣା ଓ ପୁରାଣ ବର୍ଣ୍ଣନା ଦର୍ଶାଇ
ବିନା ଅବତାରରେ ଧ୍ଵଂସ ହେବ ଧରା
ନିକଟ ଭବିଷ୍ୟତରେ,
କାରଣ ଅତି ଜଣାଶୁଣା
ପରିବେଶ ,ଜଳବାୟୁ , ଜନବହୁଳତା
ଦେଶେ ଦେଶେ ଯୁଦ୍ଧ ,ଭୟ ପରମାଣୁ ବୋମା
ଅବତାର କଥା ପୁରାଣ ପୋଥିରେ
ଏତେ ଅବତାର ପରେ ବି, ମନ୍ଦ ର ଶାସନ
ନିଜେ ନିଜର ଧ୍ଵଂସ କୁ ଆହ୍ବାନ
କିଛି ଦରକାର ନାହିଁ,ଅବତାର ଜ୍ଞାନ
ସବୁ ତ ଧ୍ଵଂସ ହେବ !!
ଆଉ ଅବତାର କାହା ପାଇଁ ??
ଅବତାର, ନୋ ମୋର୍
ନୋ ମୋର୍ ଅବତାର ।।।।
