Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Romance Others

4  

Henarani Senapati

Romance Others

ଅଭୂଲା ସେ ଅନୁଭୂତି

ଅଭୂଲା ସେ ଅନୁଭୂତି

1 min
304


ସମ୍ପର୍କରେ ବାନ୍ଧି ତୁମେ ନିଜସ୍ୱ କରିଲ

ଅତ୍ୟନ୍ତ ଭାବନା ପୂର୍ଣ୍ଣ ଅନୁଭୂତି ଦେଲ ।

ସଜଫୁଟା କୁଆଁରୀ ମନକୁ ଚୋରି କଲ

ଆଷାଢର ବାରିପରି ପ୍ରେମ ଢାଳି ଦେଲ ।।


ଲଜ୍ଜାରେ ମୁଁ ମରିଯାଏ ତୁମ ଆଗମନେ

ଆଖିରେ ଇଶାରା କର କ୍ଷଣେ ପ୍ରତିକ୍ଷଣେ ।

ବହୁ ପ୍ରତିକ୍ଷାରେ ମନ ପ୍ରତିକ୍ରିୟା ଜାଣେ

ଅଭିଯୋଗ ଅଭିମାନେ ସମ୍ପର୍କ ମୁଁ ଜାଣେ ।।


ଅସୁମାରୀ ସ୍ବପ୍ନ ମୋର କ୍ଷଣେ ପୂର୍ଣ୍ଣ କର

ଆଲିଙ୍ଗନ ନିବିଡ ତ ନିଆରା ତୁମର ।

ମାନଭଞ୍ଜନ ଯେ କର ମାନ ଭାଙ୍ଗି ମୋର

ଅନୁଦାନେ ଅବଶୋଷ ସବୁ ପୂର୍ଣ୍ଣ କର ।।


ହସରେ କୁହୁକ ତୁମ ବନ୍ଦୀ କରେ ମତେ

ଅଳ୍ପ ଅଳ୍ପ ହସି କଥା ହୁଅ ସୁଚିନ୍ତିତେ ।

ବାନ୍ଧି ରଖ ତୁମେ ସଦା ପ୍ରେମ ଡୋରେ ମତେ

ତୁମ ଇସାରାରେ ମୁଁ ତ ନାଚୁଥାଏ ସତେ ।


ଅଦୃଶ୍ୟ ହୃଦୟ ସ୍ପର୍ଶୀ ଅଦ୍ଭୁତ ଇଶାରା

ଦାନେ ଦାନ ଦେଇଦିଅ ତୁମ ମନ ପରା ।

ତୁମ ବିନା ମୋ ଜୀବନ ହୁଏତ ଅଧୁରା ।

ରୋକି ବାର ଶକ୍ତି ନାହିଁ ଆନ ମନା ପରା ।।


ବିରହ ବିଚ୍ଛେଦ କେବେ ନ ଆସୁ ମନରେ

ସୂର୍ଯ୍ୟ ପରି ଉଇଁବ ଯେ ପ୍ରତି ମୂହୁର୍ତ୍ତରେ ।

ମନ ପୁଷ୍ପାଞ୍ଜଳୀ ମୋର ମଉଳି ଯିବରେ

ଯଦି ଛାଡି ଯିବ ମତେ ଏକା କରି ବାରେ ।


ଝରକାର ଆରପାଖେ ଜୀବନ ମୋ ଯାଉ

ତୁମ ବିଚ୍ଛେଦର ନିଆଁ ଲାଗି ତ ନ ଯାଉ ।

ଏତିକି ମାଗୁଣି ମୋର ତୁମ ମନେ ଥାଉ

ନିର୍ଝରିଣି ପ୍ରେମ ମୋର ତୁମ ମନ ପାଉ ।।


Rate this content
Log in

Similar oriya poem from Romance