Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
155


 


ଜୀବନ ସନ୍ଧ୍ୟାର ମଳିନ ଆଭାରେ

     ଭାସୁଛି ଅଭୁଲା ସ୍ମୃତି,

କିଛି ଦୁଃଖ ଦିଏ କିଛି ହସ ହୋଇ 

     ଅଧରେ ଯାଏ ତ ଲୁଚି ।


ଜୀବନରେ ଯେବେ ନିଭୃତେ ମନରେ

    ସ୍ମୃତି ରହନ୍ତାନି ବଞ୍ଚି,

ବଞ୍ଚିବାର ସ୍ୱାଦ ମିଳନ୍ତାନି କେବେ

    ଛୁଅନ୍ତା ମରୁର ପ୍ରୀତି ।


ଜୀବନର ପଥ ନୁହେଁ ସମତଳ

    ଖାଲ ଢିପ ହୋଇଥାଏ,

କେବେ ଫୁଲବିଛା କେବେ କଣ୍ଟକିତ

    ସୁଖ ଅବା ଦୁଃଖ ଦିଏ ।


ଜୀବନ ପରିଧି ରଖିଛି ସାଇତି

    ସାଉଁଟି ସାଉଁଟି ସ୍ମୃତି,

ଅଭୁଲା ଅତୀତ ଲିପିବଦ୍ଧ ହୋଇ

    ହୋଇଛି ନିଜର ଅତି ।


ଅମଡ଼ା ବାଟରେ ଚାଲିବାର ସ୍ମୃତି

    ଦିଏନା ହେବାକୁ ଭୁଲ,

ଅଭିଜ୍ଞତା ସବୁ ସାଇତା ସ୍ମୃତିରେ

    ଯାହା ତ ଅମୂଲ ମୂଲ ।


ବିଶ୍ୱେ ଦୁଇ ବିଶ୍ୱ ଯୁଦ୍ଧର ସ୍ମୃତି ଯେ

    ଶାନ୍ତିର ଆହ୍ୱାନ ଦିଏ,

ଆଉ ସେ ବିଭତ୍ସ ସ୍ମୃତି ସାଉଁଟିବା 

    କଳପନା ହଜି ଯାଏ ।


ଭାରତର ମୁକ୍ତି ସଂଗ୍ରାମେ ସଫଳ

    ଗାନ୍ଧୀଙ୍କ ଅହିଂସା ଅସ୍ତ୍ର,

ବିଶ୍ୱସାରା ଆଜି ଗାନ୍ଧୀଙ୍କୁ ଝୁରୁଛି

     ସାଉଁଟି ସ୍ମୃତିର ମନ୍ତ୍ର ।


ଜୀବନ ଯାତ୍ରାର ଅନ୍ତିମ ବେଳାରେ

     ସ୍ମୃତି ଆସେ ସ୍ବପ୍ନ ହୋଇ,

ବିଦଗ୍ଧ ପରାଣେ ବଞ୍ଚିବାର ମୋହ

     ଭରିଦିଏ ଗପ କହି ।


ସ୍ମୃତି ନୁହେଁ କେବେ ଝରା ଫୁଲ ସବୁ

     ନୁହେଁ ଗଳ୍ପ ଜୀବନର,

ଅଙ୍ଗେନିଭା କଥା ସାଉଁଟା ଯାଇଛି

     କମ୍ପନ ଯେ ହୃଦୟର ।


ମସ୍ତିଷ୍କର କେଉଁ ଅଜଣା ତନ୍ତ୍ରୀରେ

     ସ୍ମୃତି ସବୁ ଲୁଚିଥାଏ,

ନୀରବ ମୁହୂର୍ତ୍ତେ ଅନୁଶୋଚନାରେ

     ମନତଳେ ନାଚିଯାଏ ।

    

     


Rate this content
Log in

Similar oriya poem from Tragedy