Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Tragedy Inspirational Others

3  

SUJATA DAS

Tragedy Inspirational Others

ଅଭିପ୍ସା

ଅଭିପ୍ସା

1 min
220


ସାରା ଆକାଶ ଟା

ଲୋଡ଼ା ନାହିଁ ମୋର

ଆଞ୍ଜୁଳାଏ ଜ୍ୟୋତ୍ସ୍ନା ଚାହେଁ

ଉଆଁସୀ ରାତିଟା

ଭାରି ଅଭିଶପ୍ତ

ଯନ୍ତ୍ରଣା ରେ ଜାଳିଦିଏ ।

ସାରା ରାତି ମିଠା

ସପନ ଚାହେଁନି

ମୁଠିଭରା ନିଦ ଚାହେଁ

ଆଶା ନିରାଶାର

ଜୀବନ ପଶାରେ

ଆତ୍ମା ଦଗ୍ଧଭୂତ ହୁଏ ।

ସାରା ସାଗରଟା

ଲୋଡ଼ା ନାହିଁ ମୋର

ଢେଉ ଆଞ୍ଜୁଳାଏ ଚାହେଁ

ଲୁହ ସାଥେ ବନ୍ଧୁ

ବାନ୍ଧିଛି ପରା ମୁଁ

ଶ୍ରାବଣ ପରିକା ଝରେ ।

ସାରା ପୃଥିବୀ ଟା

ଲୋଡ଼ା ନାହିଁ ମୋର

ଛଅ ଫୁଟ ଜାଗା ଚାହେଁ

ଜୀବନ ସଂଗ୍ରାମେ

ହାରିଗଲା ପରେ

ସୁଖ ନିଦ୍ରା ମିଳିଥାଏ ।


Rate this content
Log in