ଅଭିନୟ
ଅଭିନୟ
ନିଜ ଇପ୍ସିତ ଚରିତ୍ରର
କରୁଥିଲା ଅଭିନୟ ସେ
ମୋତେ ନାୟକ ସଜାଇ
ନିର୍ଦ୍ଦେଶନା ଦାୟିତ୍ୱରେ ରହି
ସଫଳତାର ସହ ଦ୍ୱେତ ଭୂମିକାରେ ।।
ଅଧା ବାଟେ ହାତ ଛାଡିଯିବା ପର୍ଯ୍ୟନ୍ତ
ରହିଥିଲା ଅବୁଝା ଗଣିତଟେ ପରି
ସତେ ଯେପରି
ତା ପାଇଁ ମୁଁ ଥିଲି
ପ୍ରେମ ଶ୍ରେଣୀଗୃହର ଶେଷ ବେଞ୍ଚ ଶିକ୍ଷାର୍ଥୀ ।।
