Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4.0  

DILIP KUMAR SAHOO

Classics

ଅଭିନୟ

ଅଭିନୟ

1 min
229



  

  ଅଭିନୟ ତାର ସରିନି ଏଯାଏ

  ଜବନିକା ପଡିଗଲା

  ସଂଳାପ ସରିନି ସମୟ ହୋଇନି

  ମଞ୍ଚ ତ ଅନ୍ଧାର ହେଲା ।

  ଉପକ୍ରମଣିକା ଆରମ୍ଭ କରିଛି

  କାଳକଲା ଉପଦ୍ରବ

  ଲୁହ ଭରିଦେଲା ସବୁରି ଆଖିରେ

  ତାର ମିଠା ସଉରଭ ।

  କାହିଁକି କେଜାଣି ଅଭିନୟ ତାର

  ସବୁ ମନ ନେଲା କିଣି

  ସମୟ ସତେକି ସହି ପାରିଲାନି

  ପକାଇଲା ତାକୁ ଖୁଣି ।

  ଆଖିଏ ସପନ ଅଧା ରହିଗଲା

  ପାହିବା ଆଗରୁ ରାତି

  ଉଠିଲାନି ସିଏ ଉଠାଇବ କିଏ

  ଅକାଳ କରିଛି ସାଥୀ ।

  ଅଳପ ଦିନରେ ଗଳପ ଅନେକ

  ପୋଥିଟିଏ ହୋଇଗଲା

  ଭଲ ପାଇବାର ଆଶାଦେଇ କେତେ

  ଭୁଲେଇ ସେ ଚାଲିଗଲା ।

  


Rate this content
Log in

Similar oriya poem from Classics