STORYMIRROR

Bharatabandhu Biswal

Tragedy Others Children

3  

Bharatabandhu Biswal

Tragedy Others Children

ଅଭିନେତା ମିହିର ଦାସଙ୍କ ସ୍ମୃତିରେ

ଅଭିନେତା ମିହିର ଦାସଙ୍କ ସ୍ମୃତିରେ

1 min
127


ନୁହେଁ ଅଭିନୟ    ମିହିର ଅରୁଣ

    ଆଶାର ଆଲୋକ ଜାଳି

ନାଶୁଥିଲ ତୁମେ   ଅନ୍ୟାୟ ଅନ୍ଧାର

    ଆଜି ଦୂରେ ଗଲ ଚାଲି ।


ନିଖୁଣ ତୁମର    ଚରିତ୍ରାଭିନୟ

   ଲାଗଇ ସଦା ଜୀବନ୍ତ

କିଣି ନେଉଥିଲ   ସଭିଙ୍କର ମନ

    ଝୁରୁଛି ଚିତ୍ର ଜଗତ ।


ପାରଦର୍ଶୀ ତୁମ   ସୁନାମ ସୁଖ୍ୟାତି

    ରହିବ ଅପୂରଣୀୟ

ଯଶସ୍ୱ1 ମିହିର  ଉଜ୍ଜ୍ୱଳ ତାରକା

   ସାର୍ଥକ ହେ ତୁମେ ଧନ୍ୟ ।


କାମନା କରୁଛୁ   ଆତ୍ମାର ସଦଗତି

     ଅର୍ପୂଛୁ ଶ୍ରଦ୍ଧା ସୁମନ

ହୃଦୟେ ସ୍ମୃତିରେ  କଳାପ୍ରେମୀ ସର୍ବେ

    ନେଉଥିବେ ତୁମ ନାମ ।

         


Rate this content
Log in

Similar oriya poem from Tragedy