Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

3  

Prafulla Chandra Mishra

Classics

ଅଭିନବ ଚମ୍ପୁ-୧

ଅଭିନବ ଚମ୍ପୁ-୧

1 min
136


ନଟବର ଶ୍ରୀଖଣ୍ଡ ଶେଖର ହେ 

ଏ କେଉଁ ବେଶ ତୁମର

କାଇଁଚ ମାଳିଆ କଦମ୍ଵ ମୂଳିଆ

ଗୋପର ଲବଣୀ ଚୋର ।


ପୂର୍ଣ୍ଣଚନ୍ଦ୍ର ମୁଖ ପଦ୍ମେ ସ୍ମିତ ହାସ୍ୟ

ମୋହନ ବଂଶୀ ର ସ୍ଵର

ତ୍ରିଭଙ୍ଗୀ ଠାଣିରେ ରାଧିକା ମୋହିତ

ଗୋପେ ଗୋପାଙ୍ଗନା କୁଳ

ନଟବର ଶ୍ରୀଖଣ୍ଡ ଶେଖର ହେ ।


ଚନ୍ଦନ ଚର୍ଚ୍ଚିତ ନୀଳ କଳେବର

ଅଙ୍ଗେ ପାଟ ପିତାମ୍ଵର 

କଳାମେଘ ଅଙ୍କେ ଚପଳା ତମକେ

ଦେଖି ଚକ୍ଷୁ ହୁଏ ସ୍ଥିର

ନଟବର ଶ୍ରୀଖଣ୍ଡ ଶେଖର ହେ ।


ଗଳେ ବନ ମାଳ ନକ୍ଷତ୍ର ପ୍ରକାର

ପଦେ ସୁବର୍ଣ୍ଣ ଘୁଙ୍ଗୁର

ନାସାରେ ବସଣୀ ବାହୁଟି କିଙ୍କିଣି

ଆକର୍ଷିତ ତିନି ପୁର 

ନଟବର ଶ୍ରୀଖଣ୍ଡ ଶେଖର ହେ ।


କୁଞ୍ଜେ କୁଞ୍ଜ ବିହାରୀ ଙ୍କ ମନୋହର ବେଶ

ଦେଖି ଦେବ କୂଳ

ମୋହିତ ପାତାଳେ ବାସୁକି ଅଧୀର

ହେ ପ୍ରଫୁଲ୍ଲ ପ୍ରାଣ ଈଶ୍ଵର

ନଟବର ଶ୍ରୀଖଣ୍ଡ ଶେଖର ହେ ।


Rate this content
Log in

Similar oriya poem from Classics