Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଅଭିମନ୍ୟୁ ସାମନ୍ତ ସିଂହାର

ଅଭିମନ୍ୟୁ ସାମନ୍ତ ସିଂହାର

1 min
516


ରାଜା ଇନ୍ଦ୍ରଜିତ       ,ଅଷ୍ଟମ କଳତ୍ର

   ତୁଳସୀ ଦେବୀ ତା ନାମ୍ନୀ

ନିସନ୍ତାନ ଗୃହେ       ଶ୍ରୀକୃଷ୍ଣ ପରାଏ

    ଜନମିଲେ ଜ୍ଞାନମଣୀ

   ଅଭିମନ୍ୟୁ ନାମକୁ ଯେ ଘେନି

ଜିଲ୍ଲା ଜୟପୁର      ରାଜ ପରିବାର

    ସାହିତ୍ୟର ଶିରୋମଣି ।


ସାହିତ୍ୟ ଭାଷାର କାବ୍ୟ ସେ ଲେଖିଲେ

    ସବୁରି ହୃଦୟ ଜିଣି

ବିଦଗ୍ଧ ଉପାଧି      ପରିଚୟେ ସାଧି

    ବିଦଗଧ ଚିନ୍ତାମଣୀ

 ରଚି କାବ୍ୟ ପ୍ରେମ ତରଙ୍ଗିଣୀ

ରସବତୀ ପ୍ରେମ     କଳା ସୁଲକ୍ଷଣା

    କାବ୍ୟ ପ୍ରେମ ଚିନ୍ତାମଣି ।


ଗାଉଁଲି ଭାଷାରେ    ଲିଖନୀ ମୁନରେ

    ବୋଲେ ହୁଁ କାବ୍ୟ ଗ୍ରନ୍ଥ

ବାଘ ଗୀତା ପୁଣି   ସେ ଚଢ଼େଇ ଗୀତ

    ରସ ପୂର୍ଣ୍ଣ କିଣେ ଚିତ୍ତ

  ରଖି ଯୁଗେ ଯୁଗେ ଅମରତ୍ଵ

ଅଳପ ବୟସେ   ପାଣ୍ଡିତ୍ୟ ଆକାଶେ

     ଧ୍ରୁବ ତାରା ସମ ସତ୍ୟ ।


ସାହିତ୍ୟ ଭାଷାରେ   ରତ୍ନ ତାରକାରେ

      ପାଇଥିଲେ ସେହୁ ସ୍ଥାନ

ସାହିତ୍ୟିକ ବନ୍ଧୁ     ଭୁଲି ନ ଯାଆନ୍ତୁ

      ସାମନ୍ତ ସିଂହାର ପ୍ରେମ

    କାବ୍ୟ ଖଞ୍ଜା ଅଳଙ୍କାର ମାନ

ପଢ଼ି କାବ୍ୟ ପ୍ରେମୀ   ହୋଇଥାନ୍ତି ଜ୍ଞାନୀ

      ଲଭନ୍ତି ଅମୂଲ୍ୟ ଧନ ।


ହରି ନିଏ କାଳ      ପାର୍ଥିବ ଶରୀର

     ପାଣ୍ଡିତ୍ୟ ଅମର ରୁହେ

ଅସମ୍ପୂର୍ଣ୍ଣ ଭାଷା      ପୂର୍ଣ୍ଣ ପରି ଭାଷା

     ସାହିତ୍ୟେ ମଳୟ ବୁହେ

   ସ୍ୱର୍ଣ୍ଣlକ୍ଷରେ ଲିପିବଦ୍ଧ ରୁହେ

ଯୁଗ ଯୁଗ ପାଇଁ     ସାହିତ୍ୟ ହରାଇ

    ଗୁମୁରି କାନ୍ଦଇ କୋହେ ।


Rate this content
Log in

Similar oriya poem from Inspirational