STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଅଭିମାନ କରୁଅଛି ଫୁଲେଇ ଫଗୁଣ

ଅଭିମାନ କରୁଅଛି ଫୁଲେଇ ଫଗୁଣ

1 min
2.9K

ଅଭିମାନ କରୁଅଛି ଫୁଲେଇ ଫଗୁଣ

ବରଷା ଆସିଛି ବୋଲି ଲୁଚିଛି ଅରୁଣ


ଘନ କୁହୁଡ଼ିରେ ଘେରା ବସନ୍ତ ସକାଳ

ମିଠା ମିଠା ସୁରେ ଆଉ ଗାଉନି କୋକିଳ


ଫୁଲର ମଧୁର ବାସ ଚହଟି ପାରୁନି

ବରଷା ଆଶଙ୍କା ପାଇଁ ବ୍ୟଥିତ ଧରଣୀ


ପତ୍ରଝଡି ବୃକ୍ଷଲତା ଶ୍ରୀହୀନ ସ୍ୱରୂପ

ଶୀତ ବର୍ଷା ଆସିଛନ୍ତି ନେଇ ଅଭିଶାପ


କାଲୁଆ ବାଆର କଷ୍ଟ ଦେଉଛି ଦଇବ

ମୃଦୁ ମଳୟର ସ୍ପର୍ଶ କେମିତି ମିଳିବ


ଚଷାପୁଅ ଓଠେ ହସ ଦେଖାଯାଉ ନାହିଁ

ବରଷାରେ ଶସ୍ୟରାଶି ଯିବ ନଷ୍ଟ ହୋଇ


ପ୍ରକୃତିର ଋତୁଚକ୍ର ବଦଳୁଛି କାହିଁ

ମନୁଷ୍ୟର କାର୍ଯ୍ୟଧାରା ନୁହେଁ କିବା ଦାୟୀ


ନିଜ ସୁଖ ପାଇଁ ଭୁଲି ପରିବେଶ କଥା

ଗଛକାଟି ପ୍ରକୃତିକୁ ଦେଉଅଛ ବ୍ୟଥା


କଳକାରଖାନା ଧୂଆଁ ଦେଉଅଛି ଦୁଃଖ

ସୂର୍ଯ୍ୟତାପ ବୃଦ୍ଧିପାଇ ଲୁଟୁଅଛି ସୁଖ


ଏବେଠାରୁ ସଚେତନ ନ ହୋଇଲେ ଆମେ

ଭୟାବହ ଭବିଷ୍ୟତ ହେବ ଧରଧାମେ


ସବୁଜିମା ବସୁନ୍ଧରା ଦେବା ଆସ ଗଢି

ଲଗାଇବା ନିଜ ହାତେ ଗଛ ଧାଡି ଧାଡି


କର୍ମ ଆମ ଫଳ ନିଶ୍ଚେ ଭୋଗିବା ଜୀବନେ

ଏ କଥାକୁ ହେଜୁଥିବା ଆମେ ସବୁଦିନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract