STORYMIRROR

Bhakta Charan Sunani

Tragedy

4  

Bhakta Charan Sunani

Tragedy

ଅଭାବୀ ଜୀବନ

ଅଭାବୀ ଜୀବନ

1 min
386

ଦିନଜାକର ଲୁଣି ଝାଲ

ଆଖିର ଅସରା ଲୁହ

ଶୁଖିଲା ଓଠରେ ଭିଜେଇ

ମେଣ୍ଟାଇବାକୁ ଚେଷ୍ଟା କରେ

ଧୂ ଧୂ ଖରାର ଶୋଷ

ତଥାପି ମେଣ୍ଟେନି

ସେତିକିବି ନିଅଣ୍ଟ ପଡିଯାଏ

ଅଭାବୀ ଜୀବନକୁ।


ଦିନଜାକର ମେହନତି

ଦୁଃଖ, କଷ୍ଟ, ଯନ୍ତ୍ରଣା

ଭୋକିଲା ପେଟରେ ଗୋଟେଇ

ପୁରେଇବାକୁ ଚେଷ୍ଟା କରେ

ଦି'ଓଲିର ଭୋକ

ତଥାପି ପୁରେନି

ସେତିକିବି ନିଅଣ୍ଟ ପଡିଯାଏ

ଅଭାବୀ ଜୀବନକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy