ଵାୟା ବସା
ଵାୟା ବସା
ବାଇ ଚଢେଇରେ
ବାଇ ଚଢେଇ
ସୂକ୍ଷ୍ମ କାଠିର ସମ୍ଭାରର ନେଇ
ମମତା ସୂତ୍ରରେ ପ୍ରୀତି ଭରା
ମନର ଅଭିପ୍ସା ଆଶାର
ଡୋରରେ ଦେଇଛୁ ଗୁନ୍ଥି ।
ଅଭିଳାଷ କୁ ବିଛାଇ ଦେଇ
ସମୟ କୁ ସାକ୍ଷୀ ରଖି
ଵସାକୁ ପାଦପର ଶାଖାରେ
ଦେଇ ଛୁ ଝୁଲାଇ ।
ମନର ଅସରନ୍ତି କଳ୍ପନାର
ସ୍ବରୂପ କୁ ହୃଦୟର ନିବୃତ୍ତ
କୋଣରେ ରୂପ ଦେଇ
ଅପାସରା ଅସରନ୍ତି ପୁଲକକୁ
ରଖିଚୁ ଲୁଚାଇ ।
ବାଆ କଲେ ବତା ଦୋହଲୁ ଥାଇ
ମନର ଆବେଗକୁ ଅନ୍ତରର
କୋହ ଫରୁଆରେ ସାଇତି ରଖୁ
କ୍ଷୁଦ୍ର ପରକୁ ଆହୁଲା କରି ।
ଯାଉଛୁ ନୀଳ ଗଗନେ
ନଦୀ ନାଳ ଲଙ୍ଘି ଉଡି ବୁଲି
ନିଜ ଶାବକ ପାଇଁ
ଆହାର ଖୋଜି
ସତରେ କି ବାୟା ମନ ତୋହରି ।
ତୋହରି ବସାକୁ
ବାୟା ବସା ବୋଲି ସଭିଏଁ
ଥାଆନ୍ତି କହି
ତୁ କି ରଚିଛୁ ଇତିହାସ
ସାଇତା ସ୍ମୃତିର ପରଦାକୁ
ଦେଇଛୁ ଅହଳାଇ ।